Friday, March 29, 2024

Top 5 This Week

Related Posts

କୋଭିଡ-୧୯ ଟୀକାକରଣ କେନ୍ଦ୍ରରେ ଅନିୟମିତତା ଅଭିଯୋଗ : ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୪/୦୭) : ବୌଦ୍ଧ ହରଭଙ୍ଗା ବ୍ଲକ ଧଳପୁର ଯୋଗେନ୍ଦ୍ର ନାରାୟଣ ହାଇସ୍କୁଲରେ ଆଜି କୋଭିଡ-୧୯ ଟୀକାକରଣ କେନ୍ଦ୍ରରେ ଅନିୟମିତତା କୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି |6a31cd62 763f 4d0a 91c1 f99e0d46b0cd କୋଭିଡ-୧୯ ଟୀକାକରଣ କେନ୍ଦ୍ରରେ ଅନିୟମିତତା ଅଭିଯୋଗ : ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ

ସୂଚନା ଅନୁଯାଇ ୨୪ ତାରିଖରେ କୋଭିଡ-୧୯ ଟୀକାକରଣ କେନ୍ଦ୍ରରେ ଦିଆ ଯିବାକୁ ଥିବା ୧୦୦ ଟି ଟୀକା ଅନଲାଇନ ଓ ୯୫ ଟି ଟୀକା ଅଫନାଇନ ଟୀକା କରଣ ହେବାକୁ ଥିବା ବେଳେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା | କୋଣସି ସାମାଜିକ ଦୂରତା ରକ୍ଷା ନ କରି ଟୀକା କରଣ କେନ୍ଦ୍ର ସାମ୍ନାରେ ଲୋକମାନେ ଗହଳି କରିଥିଲେ |

କାରଣ ଅନଲାଇନ ଟୀକା କରଣ ପ୍ରଥମେ ଦେବାର ଥିଲେ ବି ଅଫ ଲାଇନ ଟୀକା କରଣ ସରିଲା ପରେ ଅନ ଲାଇନ ଟୀକା କରଣ କରାଯାଇଥିଲା | ତେଣୁ ଉପସ୍ଥିତ ଥିବା ଜନତା ଟୀକା କରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles