ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ଗଗନ ବିହାରି ଆଚାର୍ଯ୍ୟଙ୍କ ନାମ ଘୋଷଣା

0
133
ଜିଲ୍ଲା ପରିଷଦ ପ୍ରାର୍ଥୀ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, ରାମନାଗୁଡା, (୧୫/୧) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ‘କ’ ଯୋନ ର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ଗଗନ ବିହାରି ଆଚାର୍ଯ୍ୟ ଙ୍କ ନାମ ଘୋଷଣା ହେବା ପରେ ଶ୍ରୀ ଆଚାର୍ଯ୍ୟ ଙ୍କ ନିଜ ଜନ୍ମ ସ୍ଥାନ ଦେଉଲା ଗ୍ରାମରେ ଖୁସୀ ର ଲହରି ଖେଳିଛି lWhatsApp Image 2022 01 16 at 8.49.32 AM 1 ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ଗଗନ ବିହାରି ଆଚାର୍ଯ୍ୟଙ୍କ ନାମ ଘୋଷଣା

ରାମନାଗୁଡା ଅଞ୍ଚଳ ର ସାଧାରଣ ଜନତା ଏବଂ ଦେଉଲା ଗ୍ରାମ ର ସମସ୍ତ ସଦସ୍ୟଙ୍କ କହିବା କଥା ସେମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ପାଈଁ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି l ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ମନୋନୀତ ଶ୍ରୀ ଆଚାର୍ଯ୍ୟ ମହୋଦୟ ଦେଉଲା ଗ୍ରାମ ବାସିନ୍ଦା ଙ୍କ ପ୍ରତି ଯେଉଁ ସହଯୋଗ କରିଛନ୍ତି ତଥା ସ୍ୱାସ୍ତ୍ୟ ସେବା କ୍ଷେତ୍ରରେ, ଆର୍ଥିକ ସାହାଯ୍ୟ କ୍ଷେତ୍ରରେ ଓ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ସହଯୋଗ କୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିବା ଶହ ତାଙ୍କୁ ବିପୁଳ ମାତ୍ରାରେ ମତଦାନ ଦେଇ ଜୟଯୁକ୍ତ କରାଇବୁ ବୋଲି ଆଶା ପ୍ରକଟ କରିଛନ୍ତି l