Friday, March 29, 2024

Top 5 This Week

Related Posts

୨୪.୯୦୦ ଗ୍ରାମ ଗଞ୍ଜେଇ ସହ ବାଇକ ଜବତ : ଅଭିଯୁକ୍ତ ଗରିଫ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରୀଗୁଡା, (୧୭/୦୧) : ରାୟଗଡା ଜିଲ୍ଲା ର ବୈପାରୀଗୁଡା ପୋଲିସ ପକ୍ଷରୁ ୨୪.୯୦୦ ଗ୍ରାମ ଗଞ୍ଜେଇ ସହ ବାଇକ ଜବତ ଏବଂ ଅଭିଯୁକ୍ତ ଙ୍କୁ ଗରିଫ ସହ କୋର୍ଟ ଚାଲାଣ କରାଯାଇଛି l

ବୈପାରୀଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବୈପାରୀଗୁଡା ପୋଲିସ ପକ୍ଷରୁ ପେଟା ଘାଟିରେ ଗାଡି ଯାଞ୍ଚ କରାଯାଉଥିଲା l ସେହି ସମୟରେ ମାଛକୁଣ୍ଡ ଥାନା ମନ୍ତ୍ରୀପୁଟ ଗାଁ ର ଦୟା ପାଙ୍ଗି ଙ୍କ ପୁଅ ମନ ପାଙ୍ଗି ଏକ ହୋଣ୍ଡା ସାଇନ ଗାଡ଼ିରେ ଜୟପୁର ଅଭିମୁଖେ ଗଞ୍ଜେଇ ଚୋରି ଚାଲାଣ କରୁଥିବା ବେଳେ ବୈପାରୀଗୁଡା ପୋଲିସ ହାତରେ ଧରା ପଡିଛି l ପୋଲିସ ପକ୍ଷରୁ ବାଇକ ରୁ ୨୪.୯୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରି ବୈପାରୀଗୁଡା ଥାନା କେସ ନମ୍ବର ୧୬/୨୨ ଅନୁଯାୟୀ ଜୟପୁର କୋର୍ଟ ଚାଲାଣ କରାଯାଇଛି l

Popular Articles