କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ

0
283

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
ରାୟଗଡା,କଲ୍ୟାଣସିଂହପୁର,ତା(୨୪/୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଏକ୍ସ ରେଗୁଲାର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ପାଇଁ କେନ୍ଦ୍ର ପରିଦର୍ଶନ କଲେ (ଡି ଇ ଇ) ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ।

ଆଜି ତିନି ଜଣିଆ ଏକ ଟିମ କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଆସିଥିଲେ । କରୋନା ମହାମାରୀ କମିଆସିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୬ତାରିଖ ଠାରୁ ପ୍ରତ୍ୟେକ ଦଶମ ଓ ଦ୍ୱାଦଶ ଖାଲିବା ପାଇଁ ନିର୍ଦେଶକ ରହିଥବା ବେଳେ ପୁଣି ଚଳିତ ମାସ ୩୦ ତାରିଖରେ ଦଶମ ଶ୍ରେଣୀ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଥିବାରୁ ଉକ୍ତ ବିଦ୍ୟାଳୟ କୁ ପରୀକ୍ଷା କେନ୍ଦ୍ର କରାଯାଇଛି ।ତେଣୁ (ଡିଇଇ)ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ, (ଡିଏସଏସ)ଜିଲା ବିଜ୍ଞାନ ସଂଯୋଜକ ମୋନଜ କୁମାର ଗୌଡ଼, (ଆଇପିଇ)ଜିଲା କ୍ରୀଡା ସଂଯୋଜକ ସୁଦର୍ଶନ ମଲ୍ଲିକ ଗସ୍ତକରି ବିଦ୍ୟାଳୟ ର ପରିସ୍ଥିତି ,ବିଭିନ୍ନ ବିଷୟରେ ଅନୁଧ୍ୟାନ କରି ଥିଲେ ।

ଏବଂ ପ୍ରଧାନ ଶିକ୍ଷକ ଙ୍କ ସହିତ ଆଲୋଚନା କରିଥିଲେ ।ଏହାପରେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର, ପ୍ରଦୀପ କୁମାର ଦଳେଇ, ମନୋଜ କୁମାର ସାହୁକର, ଅଜିତ କୁମାର ଦାସ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।