ଇଚ୍ଛା ବିରୋଧରେ ହେବନି ଟୀକାକରଣ : ସୁପ୍ରିମକୋର୍ଟରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

0
188
ଇଚ୍ଛା ବିରୋଧରେ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୭/୦୧) : ସାରା ବିଶ୍ୱ କୁ କଲବଲ କରି ରଖିଛି କରୋନା । ଭାରତରେ ବି ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାକୁ ନଜର ରେ ରଖି ଟୀକାକରଣ କୁ ଜୋରଦାର କରାଯାଉଛି । ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ର କୁ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ କିମ୍ବା ଜୋର ଜବରଦସ୍ତି ଟିକା ଦିଆଯାଇ ପାରିବ ନାହିଁ ।

ତେବେ ଦିବ୍ୟାଙ୍ଗ ମାନଙ୍କୁ ଟୀକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟ କୁ କହିଛି ଯେ, ଟୀକାକରଣ ପ୍ରମାଣପତ୍ର କୁ ବାଧ୍ୟତାମୂଳକ କରିବା ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ । କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ କିମ୍ବା ଜୋର ଜବରଦସ୍ତି ଟୀକାକରଣ ହେବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ । ଏନଜିଓ ଏଭାରା ଫାଉଣ୍ଡେସନ ର ଏକ ଆବେଦନ ର ଜବାବରେ କେନ୍ଦ୍ର ଏହାର ଆଫିଡେଭିଟ୍ ଦାଖଲ କରିଛି ।

ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କ ଟୀକାକରଣ କରିବାକୁ ଅନୁରୋଧ କରାଯାଇଥିଲା । ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତି ବିନା ବାଧ୍ୟତାମୂଳକ ଟୀକାକରଣ ବିଷୟରେ କହେ ନାହିଁ ।