Thursday, March 28, 2024

Top 5 This Week

Related Posts

ମହୁଲମୂଳ ମହିମା ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତି ସଭା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୧) : ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ କିଶୋର ମହାନ୍ତି ଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ, ବଲାସୀଙ୍ଗା ତରଫରୁ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା ।

ପରିଷଦ ର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପାଦକ ସାଧୁ କୁଳଧର ଦାସ, ମହୁଲମୂଳ ମହିମା ଆଶ୍ରମରେ ମଠ ତତ୍ୱାବଧାରକ ସାଧୁ କୃଷ୍ଣଚନ୍ଦ୍ର ଦାସ ଶ୍ରୀମାନ ମହାନ୍ତି ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଅର୍ପଣପରେ ସ୍ମୃତି ଚାରଣ କରିଥିଲେ । ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ମହିମା ଭଜନ ଗାନ ପରେ ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ, ପୂର୍ବ ସମିତି ସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ, ପୂର୍ବ ସରପଞ୍ଚ ସଦାନନ୍ଦ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ପାଢ଼ୀ, ସାମାଜିକ କର୍ମୀ ବିଶିକେସନ ପ୍ରଧାନ, ଶିକ୍ଷକ ଶମ୍ଭୁ ଗିରି, ବରିଷ୍ଠ ସଦସ୍ୟ ସଦାନନ୍ଦ ମହାକୁଡ଼ ସ୍ମୃତି ଚାରଣ କରିଥିଲେ ।

ସ୍ୱର୍ଗତ ମହାନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଥିବାବେଳେ ମହିମା ଆଶ୍ରମ ର ବିକାଶ ନିମନ୍ତେ ଆକୁଣ୍ଠ ଚିତ୍ତରେ ପାନିୟ ଜଳ, ଆଲୋକୀକରଣ ଧୁନୀ ମଣ୍ଡପ, ମହିମା ବିକାଶ ପରିଷଦ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ କରିଥିଲେ ଓ ଆଶ୍ରମ କୁ ପରିଦର୍ଶନରେ ଆସିଥିଲେ ।

Popular Articles