ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଦୁଇ ବାଇକ ଆରୋହୀ ଙ୍କ ଶୋଚନୀୟ ମୃତ୍ୟୁ

0
203
ଭାରସାମ୍ୟ ହରାଇ ଦୁର୍ଘଟଣା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୮/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଥାନା ଅଧିନସ୍ଥ ଧାମନଡଙ୍ଗା ଗ୍ରାମ ନିକଟସ୍ଥ ମୂଖ୍ୟ ସଡ଼କ ର ଗୋଲେଇ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଦୁଇ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ବାଇକ ରେ ସବାର ହୋଇ ଅଧିକ ଦ୍ରୁତ ଗତି ରେ ଯାଉଥିବା ବେଳେ ମୂଖ୍ୟ ସଡ଼କ ର ଗୋଲେଇ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣା ସ୍ଥଳରେ ଉଭୟ ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ପୋଲିସ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି । ପ୍ରକାଶ ଯେ, ଉକ୍ତ ଦୁଇ ଜଣ ଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନି ।