ସହାୟିକା କର୍ମୀ ଙ୍କ ଉପଖଣ୍ଡ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
179
ସହାୟିକା କର୍ମୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା (୧୯/୦୧) : ଦୀର୍ଘ ଦିନ ଧରି ସରକାରୀ ନିୟମ ଅନୁଯାୟୀ ସହାୟିକା କର୍ମୀ ନିଜେ ନିଜ ଦାୟିତ୍ୱ ସମ୍ପାଦନା କରି ଆସୁଥିବା ବେଳେ ସରକାରୀ ଭାବେ ପୂର୍ବରୁ ଧାର୍ଯ୍ୟ ମୂଲ୍ୟରେ ସମସ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଚାଲୁଅଛି ।WhatsApp Image 2022 01 19 at 9.04.19 AM ସହାୟିକା କର୍ମୀ ଙ୍କ ଉପଖଣ୍ଡ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବର୍ତ୍ତମାନ ର ଦର ବୃଦ୍ଧି ଯୋଗୁଁ ପୂର୍ଵ ସରକାରୀ ଧାର୍ଯ୍ୟ ମୂଲ୍ୟ ବୃଦ୍ଧି ନ ହେବାରୁ ନିଜ ଦରମା ଟଙ୍କା ରୁ ସମସ୍ତ ଖାଦ୍ୟପେୟ ଯୋଗାଇ ଦେଇ ଆସୁଥିବା ସହ ବାରମ୍ବାର ଆବେଦନ, ନିବେଦନ କରି କିଛି ସୁଫଳ ନ ମିଳି ଥିବା ଅଭିଯୋଗ କରିଛନ୍ତି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ସିଡିପିଓ ଙ୍କ ଅଧୀନରେ ଥିବା ସହାୟିକା କର୍ମୀ ।

ବିଶେଷ ଦ୍ରଷ୍ଟାବ୍ୟ ଯେ ସରକାର ଅପପୁଷ୍ଟି ର ଶିକାର ନ ହେବା ନିମନ୍ତେ ସ୍ୱତନ୍ତ୍ର ଭାବେ ଏହି ଯୋଗାଣ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି । ସରକାରୀ ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ସହ ଏହି ଅପପୁଷ୍ଟି ର ଶିକାର ସମସ୍ୟା ର ବେଶ ସୁଫଳ ହୋଇଥିବା ବୁଦ୍ଧିଜୀବୀ ମହଲରେ ବେଶ ଉପଦ୍ରୁତ ହୋଇପାରିଛି ।

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ସବ ଡିଭିଜନ ସ୍ତରରେ ଏହି ସିଡିପିଓ ଙ୍କ ଅଧିନ ରେ ବହୁ ସଂଖ୍ୟକ କର୍ମୀ ଥିବା ବେଳେ ବର୍ତ୍ତମାନ ଦର ଅନୁସାରେ ପୁନଃ ମୂଲ୍ୟ ପରିବର୍ତ୍ତନ କରିବା ଦାବି କରି ଥିବା ଓ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ଚେତାବନୀ ଦିଆଯାଇଛି ।

ସେହିପରି ଏହି କର୍ମୀ ଙ୍କୁ ଦୁଇ ତିନି ମାସ ରେ ଥରେ ଦରମା ଦେବା ପୂର୍ବରୁ ଗୋଟିଏ ଅଣ୍ଡା ର ମୂଲ୍ୟ ପାଞ୍ଚ ଟଙ୍କା ଲେଖାଏଁ ଥିବା ଓ ଏବେ ସାତ ଟଙ୍କା ପଚାଶ ପଇସା ବୃଦ୍ଧି ରେ କିଣିବା ପରି ଅନ୍ୟ ଡାଲି ତଥା ଅନ୍ୟ ବିଭିନ୍ନ ଖାଦ୍ୟ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଆବେଦନ, ନିବେଦନ କରିବା ସତ୍ୱେ ଉଚ୍ଚ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଥିବା ଆମ ନିକଟ ଅଭିଯୋଗ କରିବା ସହ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ।

ମଙ୍ଗଳବାର ଟିଟିଲାଗଡ଼ ସି.ଡି.ପି.ଓ. ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ପ୍ରତିବାଦ କରି ଦିନ ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଭାଗୀୟ ଅଧିକାରୀ ଙ୍କ ପ୍ରତିଶ୍ରୁତି ପରେ ଓ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରଦାନ କରି ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିଥିଲେ । ଏ ନେଇ ବିଭାଗୀୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ପ୍ରକାଶ ପାଇଛି ।