Friday, March 29, 2024

Top 5 This Week

Related Posts

ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ୍‌ ରେ ନିମନ୍ତ୍ରିତଙ୍କ ତାଲିକାରେ ଶ୍ରମିକ ଏବଂ ଅଟୋ ଡ୍ରାଇଭର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୧୯/୦୧) : ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତା ଜାନୁଆରି ୨୬ ତାରିଖରେ ପାଳିତ ହେବାକୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଯୋଗଦେବାକୁ ୮,୦୦୦ ଅତିଥିଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ତେବେ, ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଚଳିତ ବର୍ଷ ନିମନ୍ତ୍ରିତ ତାଲିକାରେ ନିର୍ମାଣ ଶ୍ରମିକ, ପରିମଳ କର୍ମଚାରୀ, ଆଗ ଧାଡି ର ଶ୍ରମିକ ଏବଂ ଅଟୋ-ରିକ୍ସା ଡ୍ରାଇଭର ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏପରି ନିଷ୍ପତ୍ତି ପଛ ର ଉଦ୍ଦେଶ୍ୟ ହେଉଛି ସମାଜ ର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାର ସୁଯୋଗ ଦେବା । ନିମନ୍ତ୍ରିତ ମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ପଡିବ । କୋଭିଡ୍‌-୧୯ ପ୍ରତିବନ୍ଧକ ହେତୁ, ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ।

କୋଭିଡ୍‌-୧୯ କାରଣରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଏସୀୟ ଦେଶ ଗୁଡିକରୁ କୌଣସି ବିଦେଶୀ ମୁଖ୍ୟ ଅତିଥି ଭାବେ ରହିବେ ନାହିଁ । ସରକାର ପାଞ୍ଚଟି କେନ୍ଦ୍ରୀୟ ଏସୀୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ପଠାଇଥିଲେ କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ବାତିଲ କରାଯାଇଛି ।

ଆମେ ୫୦୦୦ ରୁ ୮୦୦୦ ଲୋକଙ୍କ ପାଇଁ ଆୟୋଜନ କରୁଛୁ । କିନ୍ତୁ ଆମେ ଏପର୍ଯ୍ୟନ୍ତ ଏହାକୁ ଚୂଡ଼ାନ୍ତ କରିନାହୁଁ । ଗତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୨୫,୦୦୦ ଦର୍ଶକ ଅଂଶଗ୍ରହଣ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ର ବରିଷ୍ଠ ଅଧିକାରୀମାନେ କହିଛନ୍ତି । ଚଳିତ ବର୍ଷ ସମୁଦାୟ ୬୦୦ ଯୁବ କଳାକାର, ସାଧାରଣତନ୍ତ୍ର ଦିବସ ପରେଡ ଅବସରରେ ରାଜପଥରେ ଅଭିନୟ କରିବେ । ସମଗ୍ର ଦେଶ ର ଲୋକଙ୍କ ଅଂଶ ଗ୍ରହଣ କୁ ସୁନିଶ୍ଚିତ କରିବା ଏବଂ ପ୍ରତିଭାବାନ ନୃତ୍ୟଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ଦେଶବ୍ୟାପୀ ପ୍ରତିଯୋଗିତା ‘ବନ୍ଦେ ଭାରତମ’ ମାଧ୍ୟମରେ ସେମାନଙ୍କୁ ଚୟନ କରାଯାଇଥିଲା ।

ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ଥାନା କୁହିଛନ୍ତି, ପାରା-ଗ୍ଲାଇଡର, ପାରା-ମୋଟର, ମାନବବିହୀନ ବିମାନ ପ୍ରଣାଳୀ, ମାଇକ୍ରୋ ଲାଇଟ ବିମାନ, ରିମୋଟ୍‌ ପାଇଲଟ୍‌ ବିମାନ, ଛୋଟ ଆକାରର ଚାଳିତ ବିମାନ, କ୍ୱାଡକପ୍ଟଟ, ପାରା ଜମ୍ପିଂ ଇତ୍ୟାଦିର ବ୍ୟବହାର ଜାନୁଆରୀ ୨୦ରୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ନିଷେଧ କରାଯାଇଛି ।

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରୁ ସାଧାରଣତନ୍ତ୍ର ଦିବସ ପରେଡରେ ସେମାନଙ୍କ ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୁକ୍ତ କରିବାର ପୁନର୍ବିଚାର କରିବା ଅନୁରୋଧକୁ ପୁନଃ ସମୀକ୍ଷା କରାଯାଇପାରିବ ନାହିଁ । ସେମାନଙ୍କୁ (ସେମାନଙ୍କର ଅଣ-ଅନ୍ତର୍ଭୁକ୍ତୀକରଣର) କାରଣ ବିଷୟରେ ଅବଗତ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ କହିଛନ୍ତି ।

Popular Articles