ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଦାଖଲ ହେଲା ସମୁଦାୟ ୧୭୬ ଟି ନାମାଙ୍କନ ପତ୍ର

0
163
ସୁବର୍ଣ୍ଣପୁର ଜିଲ୍ଲାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୮/୧) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ କରିଛନ୍ତି l

୨ୟ ଦିନରେ ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୧୭୬ ଟି ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ରୁ ଜଣାପଡିଛି l ଏହି କ୍ରମରେ ସୋନପୁର ବ୍ଲକ ରେ ୨୩ ଜଣ ୱାର୍ଡ ମେମ୍ବର, ୦୨ ଜଣ ସରପଞ୍ଚ, ଉଲୁଣ୍ଡା ବ୍ଲକରେ ୨୮ ଜଣ ୱାର୍ଡ ମେମ୍ବର, ୦୪ଜଣ ସରପଞ୍ଚ, ୦୩ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ ୨୫ ଜଣ ୱାର୍ଡ ମେମ୍ବର,୦୫ ଜଣ ସରପଞ୍ଚ ଓ ଜଣେ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକ ରେ ୨୪ ଜଣ ୱାର୍ଡ ମେମ୍ବର, ୦୪ ଜଣ ସରପଞ୍ଚ, ୦୩ ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ ୧୮ ଜଣ ୱାର୍ଡ ମେମ୍ବର, ଜଣେ ସରପଞ୍ଚ, ଜଣେ ସମିତି ସଭ୍ୟ ଓ ବିନିକା ବ୍ଲକ ରେ ୩୦ ଜଣ ୱାର୍ଡ ମେମ୍ବର, ଜଣେ ସରପଞ୍ଚ, ୦୨ ଜଣ ସମିତି ସଭ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ସେହିପରି ସୋନପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ବେଳେ ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜଣେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l