Friday, March 29, 2024

Top 5 This Week

Related Posts

ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୧) : ଆଜି କାଶୀନଗର ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ତାଲିମ୍ ଶିବିର ରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଆଦିକନ୍ଦ ଗୋମାଙ୍ଗ ଉଦବୋଧନ ଦେଇ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ପିଲା ମାନଙ୍କ ପାଖକୁ ଯାଇ ସେମାନଙ୍କ ପାଖରେ ଭାଷା ଓ ସଂଖ୍ୟା ଜ୍ଞାନ ବିଷୟ ରେ ବୁଝିବେ । ଯେହେତୁ କରୋନା ହେତୁ କୌଣସି ବିଦ୍ୟାଳୟ ଖୋଲୁ ନ ଥିବା ହେତୁ ପିଲା ମାନେ ସ୍କୁଲ ଶିକ୍ଷା ରୁ ବଞ୍ଚିତ ହୋଇଛନ୍ତି । ୨୦୦୫ ରେ ଜାତୀୟ କରିକୁଲମ୍ ଫ୍ରେମ ପ୍ରକାରେ ଛୋଟ ପିଲାଙ୍କ ମଧ୍ୟରେ ଭାଷା ଓ ସଂଖିକ ଜ୍ଞାନ ବଢ଼ାଇବା ପାଇଁ ପ୍ରତ୍ୟେକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଙ୍କୁ ଏହି ତାଲିମ୍ ଦିଆଯିବ ବୋଲି ଶ୍ରୀ ଆଦିକନ୍ଦ ଗୋମଙ୍ଗ ପ୍ରକାଶ କରିଛନ୍ତି ।

Popular Articles