ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ଓ ମାସିକ ବୈଠକ ଅନୁଷ୍ଠିତ

0
195

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ହରଭଙ୍ଗା,(୨୪/୦୭) : ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ଓ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି |WhatsApp Image 2021 07 25 at 9.45.11 AM ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ଓ ମାସିକ ବୈଠକ ଅନୁଷ୍ଠିତ

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ସର୍ବ ପ୍ରଥମେ ବିଶ୍ଵଗୁରୁ କଇଁଫୁଲ ବାବାଙ୍କ ଫୋଟ ଚିତ୍ରରେ ପୂଜାର୍ଚନା, ବାବା କୁଞ୍ଜବନଙ୍କୁ ଆଶ୍ରମର ମହନ୍ତ ଭାବରେ ସମ୍ବର୍ଦ୍ଧନା, ପିତୃ, ମାତୃ ପୂଜନ, ସାଧୁ ସନ୍ଥ ସେବା, ଭାଗବତ ପାଠ, ଅର୍ଣ୍ଣଯଜ୍ଞ ଅନୁଷ୍ଠିତ ହୋଇଥିଲା | ନିର୍ଗୁଣ ମହାକୁଡ଼ଙ୍କ ଅଧ୍ୟକ୍ଷତା ରେ ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା |

ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ଉପସ୍ଥାପନା ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ | ପ୍ରସ୍ତାବ ପ୍ରକାରେ ଗୋମାତାଙ୍କ ନିମନ୍ତେ ଗୁହାଲ ନିର୍ମାଣ, ଗୋ ନବରାତ୍ର ଯଜ୍ଞ ଆୟୋଜନ, ବୃକ୍ଷ ରୋପଣ, ବାବା କଇଁଫୁଲଙ୍କ ଆଶ୍ରମ ନିର୍ମାଣ, ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ତା, ଆଲୋକୀକରଣ, ଇତ୍ୟାଦି ପ୍ରସ୍ତାବ ନିଆଯାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ହରଭଙ୍ଗା ବ୍ଲକର ଅଧକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ଉକ୍ତ ଅନୁଷ୍ଠାନର ଉନ୍ନତି ନିମନ୍ତେ ଅନୁରୋଧ କରାଯାଇଥିଲା |WhatsApp Image 2021 07 25 at 9.45.10 AM ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ଓ ମାସିକ ବୈଠକ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମକୁ ସାକାର କରିବା ନିମନ୍ତେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଉଦ୍ଧବ କଳତା ଧନ୍ୟବାଦ ଅର୍ପଣ କରିଥିଲେ |