ତୃତୀୟ ଦିନରେ ୮୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ

0
347
ତୃତୀୟ ଦିନରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୯/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ଦିନରେ ୮୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତାରିଖ ଘୋଷଣ ର ପ୍ରଥମ ଓ ଦ୍ୱିତୀୟ ଦିନ ରେ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ବେଳେ ଆଜି ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ସୂଚନା ଦେଇଛନ୍ତି । ଉକ୍ତ ବ୍ଲକରେ ୬୩ ୱାର୍ଡ ସଦସ୍ୟ, ୧୮ ସରପଞ୍ଚ, ୮ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡିଛି । ସେଥିରୁ ପଞ୍ଚାୟତ ରେ ସିଙ୍ଗାରି ୧ ସରପଞ୍ଚ, ୧ ସମିତି ସଭ୍ୟସଭ୍ୟା ୪ ୱାର୍ଡ ସଭ୍ୟସଭ୍ୟା, ଧାମୁଣିପଙ୍ଗା ୨ ସରପଞ୍ଚ ୦ ସମିତି ସଭ୍ୟସଭ୍ୟା ୫ ୱାର୍ଡ ସଭ୍ୟସଭ୍ୟା, ନାରାୟଣପୁର ୧ ସରପଞ୍ଚ ୧ ସମିତି ସଭ୍ୟସଭ୍ୟା ୩ ୱାର୍ଡ ସଭ୍ୟସଭ୍ୟା, କରପା ୨ ସରପଞ୍ଚ ୧ ସମିତି ସଭ୍ୟସଭ୍ୟା ୨୦ ୱାର୍ଡ ସଭ୍ୟସଭ୍ୟା, ବୁଡ଼ାଗୁଡା ୧ ସରପଞ୍ଚ ୦ ସମିତି ସଭ୍ୟସଭ୍ୟା ୪ ୱାର୍ଡ ସଭ୍ୟସଭ୍ୟା, ସେରିଗୁମ୍ମା ୪ ସରପଞ୍ଚ ୦ ସମିତି ସଭ୍ୟସଭ୍ୟା ୭ ୱାର୍ଡ ସଭ୍ୟସଭ୍ୟା, ଶିକରପାଇ ୨ ସରପଞ୍ଚ ୧ ସମିତି ସଭ୍ୟସଭ୍ୟା ୫ ୱାର୍ଡ ସଭ୍ୟସଭ୍ୟା,

ମାଝୀଗୁଡା ୧ ସରପଞ୍ଚ ୧ ସମିତି ସଭ୍ୟସଭ୍ୟା ୨ ୱାର୍ଡ ସଭ୍ୟସଭ୍ୟା, ପୂଜାରୀଗୁଡା ୦ ସରପଞ୍ଚ ୦ ସମିତି ସଭ୍ୟସଭ୍ୟା, ୧ ୱାର୍ଡ ସଭ୍ୟସଭ୍ୟା, ସୁନାଖଣ୍ଡି ୩ ସରପଞ୍ଚ ୨ ସମିତି ସଭ୍ୟସଭ୍ୟା ୧୧ ୱାର୍ଡ ସଭ୍ୟସଭ୍ୟା, ପଲମା ୦ ସରପଞ୍ଚ ୧ ସମିତି ସଭ୍ୟସଭ୍ୟା ୱାର୍ଡ ସଭ୍ୟସଭ୍ୟା ଓ କନ୍ଧ ଖାତିପାଡୁ ୧ ସରପଞ୍ଚ ୦ ସମିତି ସଭ୍ୟସଭ୍ୟା ୧ ୱାର୍ଡ ସଭ୍ୟସଭ୍ୟା, ନାମାଙ୍କନ ପତ୍ର ଦାଖଲ କରିଯାଇଥିବା ବେଳେ ପାର୍ଶାଲି ଓ କଲ୍ୟାଣସିଂହପୁର ଠାରେ ଦାଖଲ ହୋଇଛି ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।