ତୃତୀୟ ଦିବସ ରେ ହରଭଙ୍ଗା ୨୫ ସରପଞ୍ଚ, ୨୦ ସମିତି ସଭ୍ୟ, ୧୬୪ ୱାର୍ଡ ମେମ୍ବର ପ୍ରାଥୀପତ୍ର ଦାଖଲ

0
250
ତୃତୀୟ ଦିବସ ରେ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୯/୦୧) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ହରଭଙ୍ଗା ବ୍ଲକରେ ତୃତୀୟ ଦିବସ ରେ ମୋଟ ୯୪, ୮୬୭ ଜଣ ଭୋଟ ଦାତା ମତଦାନ କରିବେ ।

ଆସନ୍ତା ଫେବୃଆରୀ ୨୦ ତାରିଖ ଦିନ ହରଭଙ୍ଗା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ । ହରଭଙ୍ଗା ବ୍ଲକ ର ୨୨ ଟି ପଂଚାୟତ ର ଆଜି ନାମାଙ୍କନ ପତ୍ର ଦାଖଲ ର ତୃତୀୟ ଦିବସ ରେ ୱାର୍ଡ ମେମ୍ବର ପାଇଁ ୧୧୨ ଜଣ, ସରପଞ୍ଚ ପାଇଁ ୨୦ ଜଣ ଓ ସମିତି ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ତାଙ୍କର ପ୍ରାଥୀପତ୍ର ଦାଖଲ କରିଛନ୍ତି । ଆଜି ପଯ୍ୟନ୍ତ ହରଭଙ୍ଗା ବ୍ଳକରେ ୱାର୍ଡ ମେମ୍ବର ୧୬୪, ସରପଞ୍ଚ ୨୫, ସମିତି ସଭ୍ୟ ୨୦ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସୂଚନା ହରଭଙ୍ଗା ବ୍ଲକ GPO ବିରଞ୍ଚି ପଣ୍ଡା ଙ୍କ ସୂତ୍ରରୁ ପ୍ରକାଶ ।