୩ୟ ଦିନ ଶେଷ ସୁଦ୍ଧା ୧୧ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ନାମାଙ୍କନ ଦାଖଲ

0
184
ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୯/୦୧) : କାଶୀନଗର ବ୍ଲକ ରେ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ଅପରାହ୍ନ ସୁଦ୍ଧା (୩ୟ ଦିନ ଶେଷ ସୁଦ୍ଧା) ସରପଞ୍ଚ ପ୍ରାର୍ଥୀ ୧୧ ଜଣ ୧୪ ଜଣ ସମିତି ସଭ୍ୟ ଙ୍କ ସହ ୬୩ ଜଣ ୱାର୍ଡ ସଭ୍ୟ ଭାବେ ନାମାଙ୍କନ ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଙ୍କ ଠାରୁ ପ୍ରକାଶ ।

୩ୟ ଦିନ ଶେଷ ସୁଦ୍ଧା ଆଲାଦା ଓ ଖରଦା ଗ୍ରାମ ପଞ୍ଚାୟତ ରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅଲାଦା ରୁ ଗୋପାଳ ଗୋମଙ୍ଗୋ ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଓ ଅଖିଳ ପାତ୍ର ସମିତି ସଭ୍ୟ ଭାବେ ଖାରାଡ଼ା ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଲାଦା ଓ ଖରଦା ଗ୍ରାମ ପଞ୍ଚାୟତ ରେ ସର୍ବାଧିକ ୬୩ ଜଣ ୱାର୍ଡ ମେମ୍ବର ଭାବେ ନାମାଙ୍କନ ଦାଖଲ କରିଛନ୍ତି ।