Friday, March 29, 2024

Top 5 This Week

Related Posts

ଗୋଆରେ ଏନସିପି ଓ ଶିବସେନା ର ହାତ ଛାଡିଦେଲା କଂଗ୍ରେସ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୦/୦୧) : ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଭଳି ଗୋଆରେ ମେଣ୍ଟ ହେବ ନାହିଁ । ଏଥିପାଇଁ ଏନସିପି ଓ ଶିବସେନା କଂଗ୍ରେସ କୁ ଦାୟୀ କରିଛନ୍ତି । ଗୋଆରେ ଏନସିପି ଓ ଶିବସେନା ର ହାତ ଛାଡିଦେଲା କଂଗ୍ରେସ, ଫଳରେ ଏନିସିପି ଓ ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

କଂଗ୍ରେସ ଗୋଆରେ ଏନସିପି ଓ ଶିବସେନା ମେଣ୍ଟରେ ସାମିଲ ନ ହେବା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, କଂଗ୍ରେସ ନିଜ ଦମରେ ଜିତି ପାରିବେ । ତେଣୁ ମେଣ୍ଟ କଲା ନାହିଁ । ସେମାନେ ମେଣ୍ଟ ଚାହୁଁଥିଲେ । ଗୋରେ ଆସିଲା ରାମ ଗଲା ଲାମ ଭଳି ରାଜନୀତି ହେଉଛି ।

ସେହିପରି ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେମାନେ କଂଗ୍ରେସ କୁ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କଂଗ୍ରେସ ନା କହିବା ସହ ପ୍ରତ୍ୟାଖାନ କରିଥିଲା । ତେଣୁ ଏନସିପି ଓ ଶିବସେନା ମିଳିତ ଭାବେ ଲଢିବେ ।

ସେହିପରି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ମେଣ୍ଟକୁ ନେଇ କହିଛନ୍ତି ଯେ, ମେଣ୍ଟ ନିଷ୍ପତ୍ତି ହାଇକମାଣ୍ଡ ନେଇଥାନ୍ତି । ମହାରାଷ୍ଟ୍ରରେ ବିଜେପି କୁ ରୋକିବା ପାଇଁ ସୋନିଆ ଗାନ୍ଧୀ ଶିବସେନା ଓ ଏନସିପିର ସାହାଯ୍ୟ ନେଇଥିଲେ । ଅନ୍ୟ ରାଜ୍ୟରେ କଂଗ୍ରେସ ଭଲ ସ୍ଥିତିରେ ଅଛି । ତେଣୁ ଶିବସେନା ଓ ଏନସିପି ସହ ମେଣ୍ଟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

Popular Articles