ସୁରସାମ୍ରାଜ୍ଞୀ ଲତା ଙ୍କ ହେଲଥ୍‌ ଅପଡେଟ୍‌ : ଡାକ୍ତର କହିଲେ- ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ

0
152
ସୁରସାମ୍ରାଜ୍ଞୀ ଲତା

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୦/୦୧) : ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ପୁଣି ଥରେ ଆସିଛି ତାଙ୍କ ହେଲଥ୍‌ ଅପଟେଡ । ଲତା ଏବେ ବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।

ହେଲେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଡାକ୍ତର କହିଛନ୍ତି । ଗତ ୮ ଜାନୁଆରୀରେ ୯୨ ବର୍ଷୀୟା ସୁରସାମ୍ରାଜ୍ଞୀ ଲତା କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠୁ ବୟସ ଅଧିକ ହୋଇଥିବା ଯୋଗୁଁ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା ଚାଲିଛି ।

ବ୍ରିଚକାଣ୍ଡି ହସ୍ପିଟାଲ ଡାକ୍ତର ପ୍ରତୀତ ସମଦାନୀ କହିଛନ୍ତି, ଲତା ଏବେ ଆଇସିୟୁରେ ଅଛନ୍ତି। ଡାକ୍ତରୀ ଟିମ୍‌ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ସେ କିପରି ଶୀଘ୍ର ସୁସ୍ଥ ହେବେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ହେଲେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ଉଚିତ । ଏଥିସହ ସେ କହିଛନ୍ତି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଯେପରି ଅଛି ତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ । ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବଠୁ ଉନ୍ନତି ହୋଇଥିଲେ ବି ତାଙ୍କୁ କାହା ସହ ସାକ୍ଷାତ କରିବାକୁ ଅନୁମତି ମିଳୁନି । ଏଥିସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବାହାରେ ଅଧିକ ପ୍ରଚାର ହେଉ ବୋଲି ଚାହୁଁ ନାହାନ୍ତି ଲତା ମଙ୍ଗେସକର । ଲତାଙ୍କ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଦିଦିଙ୍କ ନିକଟରେ କରୋନା ର କମ୍‌ ଲକ୍ଷଣ ମିଳିଥିଲା । କିନ୍ତୁ ବୟସାଧୀକ ଯୋଗୁଁ ତାଙ୍କ ଉପରେ ଅଧିକ ଧ୍ୟାନ ରଖାଯାଇଛି । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।