Thursday, March 28, 2024

Top 5 This Week

Related Posts

ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଦେଉଛନ୍ତି ୪ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ

ରିପୋର୍ଟ : ସୁଭାସିସ ନାୟକ
କଟକ, (୨୦/୦୧) : ଆଜିଠୁ ଆରମ୍ଭ ହେଲା ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା । ରାଜ୍ୟର ୧୬ ଟି କେନ୍ଦ୍ରରେ ଏହି ସିଭିଲ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେଉଛି । କୋଭିଡ କଟକଣାରେ ୨ ଟି ସିଟିଂରେ ପରୀକ୍ଷା ହେବ ଏବଂ ଫେବ୍ରୁଆରି ୮ ଯାଏଁ ପରୀକ୍ଷା ଚାଲିବ ।

ରାଜ୍ୟରେ ମୋଟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସ୍‌ ପରୀକ୍ଷା ଦେଉଛନ୍ତି । ସେହିପରି ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ OPSC ପରୀକ୍ଷା । ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନ ଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପ୍ରବେଶ ଅନୁମିତ ମିଳିବ ନାହିଁ । ପରୀକ୍ଷା କେନ୍ଦ୍ର ଓ ପରିସରରେ ସାମାଜିତ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି ।

Popular Articles