ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୦/୦୧) : ନିର୍ବାଚନ ମୈଦାନରେ ନାଚିକା ଲିଙ୍ଗା । ଚାଷୀ ମୂଲିଆ ଆଦିବାସୀ ସଂଗଠନ ର ନେତା ନାଚିକା ଲିଙ୍ଗା ସକ୍ରିୟ ରାଜନୀତିରେ ପୁଣି ପାଦ ଦେଇଛନ୍ତି ।
ବୁଧବାର ସେ କୋରାପୁଟ ର ନାରାୟଣପାଟଣା ଜୋନ୍ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛଅ ବର୍ଷ ଜେଲରେ ରହିବା ପରେ ନିର୍ବାଚନ ମୈଦାନରେ ନାଚିକା ଲିଙ୍ଗା । ଫଳରେ ନାଚିକାଙ୍କୁ ନେଇ କୋରାପୁଟ ରାଜନୈତିକ ବାତାବରଣ ସରଗରମ ହୋଇଛି । ନାଚିକା ଗତ ୨୦୧୪ ମସିହା ଅକ୍ଟୋବରରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
ଛଅ ବର୍ଷ ଜେଲରେ ରହିବା ପରେ ତାଙ୍କୁ ନଭେମ୍ବର, ୨୦୨୦ ରେ ଓଡ଼ିଶା ହାଇକୋର୍ଟ ଜାମିନ ଦେଇଥିଲେ । ତେଣୁ ସେହି ନିର୍ଦ୍ଦେଶ ବଳରେ ନାଚିକାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ବର୍ତ୍ତମାନ ନାଚିକା ଲିଙ୍ଗା ସକ୍ରିୟ ରାଜନୀତିରେ ପୁଣି ପାଦ ଦେଇଛନ୍ତି ।