ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଜାରି

0
146
ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୦/୧) : ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡିଛି l

ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ସୋନପୁର ବ୍ଲକ ରେ ୯୫ ଜଣ ୱାର୍ଡମେମ୍ବର, ୧୫ ଜଣ ସରପଞ୍ଚ ୨୧ ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୧୦୮ ଜଣ ୱାର୍ଡମେମ୍ବର, ୨୫ ଜଣ ସରପଞ୍ଚ, ୨୫ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ ୧୦୮ଜଣ ୱାର୍ଡମେମ୍ବର,୨୬ ଜଣ ସରପଞ୍ଚ ଓ ୨୩ ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ ୧୩୮ ଜଣ ୱାର୍ଡମେମ୍ବର, ୩୬ ଜଣ ସରପଞ୍ଚ, ୨୯ ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ ୧୧୭ ଜଣ ୱାର୍ଡମେମ୍ବର, ୧୯ ଜଣ ସରପଞ୍ଚ, ୧୬ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ ୯୭ ଜଣ ୱାର୍ଡମେମ୍ବର, ୩୦ ଜଣ ସରପଞ୍ଚ, ୨୧ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି ୧୬ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ
ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ଜୋନ୍ ୧ ପାଇଁ ବିଜୁଜନତା ଦଳ ତରଫରୁ ରଞ୍ଜିତ କୁମାର ରଥ, ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଲବ କୁମାର ସାହୁ, ଭାରତୀୟ ଜନତା ପାର୍ଟି ରୁ ଶରତ କୁମାର ମିଶ୍ର, ଜୋନ୍ ୨ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ରୁ ରାଜଗୋପାଳ ପାଣିଗ୍ରାହୀ, ବିଜୁଜନତା ଦଳ ରୁ ଚନ୍ଦ୍ର କାନ୍ତି ଦନ୍ତI, ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ସେହିପରି ଉଲୁଣ୍ଡା ଜୋନ୍ ୧ ପାଇଁ ବିଜୁଜନତା ଦଳ ତରଫରୁ ବିଜୟ ଲକ୍ଷ୍ମୀ ତରିଆ, ଭାରତୀୟ ଜାତୀୟ କଂଗ୍ରେସ ରୁ ଛଇଳ ସାଗର, ବହୁଜନ ସମାଜ ପାର୍ଟିରୁ ମମତାରାଣୀ ବାରିକ, ଏବଂ ଜୋନ୍ ୨ପାଇଁ ବିଜୁଜନତା ଦଳ ତରଫରୁ ଝସକେତନ ବଘାର, ଭାରତୀୟ ଜନତା ପାର୍ଟି ରୁ ଚନ୍ଦ୍ରହାସ ଦଳେଇ ଏବଂ ସି ପି ଆଇଏମ୍ଏଲ୍ ରୁ କୁଶ ମହାକୁର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l