ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେବ ଅମର ଯବାନ ଜ୍ୟୋତି

0
134
ଜାତୀୟ ଯୁଦ୍ଧ ସ୍ମାରକୀରେ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୧/୦୧) : ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ରେ ୫୦ ବର୍ଷ ଧରି ପ୍ରଜ୍ଜଳିତ ଥିବା ଅମର ଯବାନ ଜ୍ୟୋତିର ଆଜି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯିବ ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୬ ଜାନୁୟାରୀ ୧୯୭୨ ରେ ଏହାର ଉଦ୍‌ଘାଟନ କରିଥିଲେ । ଆଜି ଅପରାହ୍ନରେ ଏହି ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ ହେବ । ସହିଦ ଯବାନଙ୍କ ସ୍ମୃତିରେ ୫୦ ବର୍ଷ ଧରି ଅହରହ ଜଳୁଥିବା ମଶାଲ ଏବେ ଜାତୀୟ ଯୁଦ୍ଧ ସ୍ମାରକୀ ରେ ପରିବର୍ତ୍ତିତ ହୋଇଯିବ ।

୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍‌ଘାଟନ କରିଥିଲେ । ସ୍ୱାଧୀନ ଭାରତରେ ବିଭିନ୍ନ ଯୁଦ୍ଧ ଓ ସଂଘର୍ଷରେ ସହିଦ ହୋଇଥିବା ୨୬ ହଜାର ରୁ ଅଧିକ ଯବାନଙ୍କ ନାମ ଏହି ସ୍ମାରକୀରେ ରହିଛି ।