ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୧/୦୧) : ବଲାଙ୍ଗିର ଜିଲ୍ଲା ବେଆଇନ କଫ୍ ସିରପ୍ ଚୋରା ଚାଲାଣକାରୀ ମାନଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ବାରମ୍ବାର ବଲାଙ୍ଗିର ଜିଲ୍ଲା ପୋଲିସ୍ ର ଚଢ଼ଉରେ ଧରା ପଡ଼ୁଛନ୍ତି ଅନେକ କଫସିରପ ବେପାରୀ । ହେଲେ ଏହି କାରବାର ରୋକ ଲଗେଇବା ରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ।
ଏହି ଜିଲ୍ଲାରେ ଓ ବଲାଙ୍ଗିର ସଦର ଥାନା ଅଞ୍ଚଳରେ ବିଗତ ଦିନରେ ଏକ ଆୟୁର୍ବେଦ ବିକାଶ ଭଣ୍ଡାର ନାମକ ଏକ ପ୍ରତିଷ୍ଠିତ ଔଷଧ ହୋଲ ସେଲର ଯାହାର କି କୋଟି କୋଟି ଟଙ୍କା ର ବ୍ୟାପାର ଚାଲୁଥିବା ବେଳେ ସେଠୁ ଲକ୍ଷାଧିକ ଟଙ୍କା ର ଏହି ବେଆଇନ କଫ୍ ସିରପ୍ ଜବତ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଅଭିଯୁକ୍ତ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ମାନଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା । ସେହିପରି ତୁରେକେଲା ଜଙ୍ଗଲରେ ଏକ ବିରାଟ ପରିବା କଣ୍ଟେନର ସହ ପ୍ୟାକିଙ୍ଗ ସମୟରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ଏହି ସିରଫ ଜବତ କରାଯାଇ ଥିଲା ।
ପ୍ରକାଶ ଯେ, ଏହି ଜିଲ୍ଲା ରୁ ରାଜ୍ୟ ର ବିଭିନ୍ନ ଅଞ୍ଚଳ କୁ ଚାଲାଣ ସହ ସିଧାସଳଖ କଟକ ରୁ ତଥା ବରଗଡ଼ ଜିଲ୍ଲାରେ ଫ୍ୟାକ୍ଟ୍ରି କରି ପ୍ରସୂତି ସହ ବିଭିନ୍ନ ବ୍ରାଉନସୁଗର ପରି ନିଶା ମିସେଇଦିଆଯିବା ଖବର ମିଳିଛି । ଯଦ୍ୱାରା ଏପରି ଚଢ଼ାଉ ହେଲେ ୨୫୦ ଟଙ୍କା ରୁ ତିନି ଶହ ଟଙ୍କା ରେ ବିକ୍ରି ହୋଇଥାଏ, ଉକ୍ତ ସିରଫ ଯାହାର ମୁଲ୍ୟ ୧୬୪ ଟଙ୍କା ପ୍ରିଣ୍ଟ ସହ କମ୍ପାନୀ ର ସବୁ ବିବରଣୀ ରହିଛି, ଏପରି ଚଢ଼ାଉ ହେଲେ ତାହା ୪୫୦ ରୁ ୫୦୦ ଟଙ୍କା ରେ କିଣି ପିଇବାକୁ ବାଧ୍ୟ ହେଉଛନ୍ତି ।
ସୂଚନା ଅନୁଯାୟୀ ଉକ୍ତ ପ୍ରସ୍ତୁତି ସହ କୋଟି କୋଟି ଟଙ୍କା ର ଆୟ କରାଯାଉଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଲୋକ ଦେଖାଣିଆ ମିଥ୍ୟା ବାହାବା ନେବା ସାର ହେଉଛି । ସେହିପରି ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍ ସିରପ୍ ଜବତ୍ ସହ ୩ ଜଣ ଗିରଫ ହୋଇଥିବା ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ହେଲେ ଏହି କାରବାର ର ଛେର କୋଉଠି ତା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଟାଉନ୍ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଏବଂ ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏସ୍ଡିପିଓ ଶ୍ରୀ ବାଗ ଏ ସଂପର୍କରେ ତଥ୍ୟ ରଖିଛନ୍ତି । ସୂଚନା ଅନୁସାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର୍ ପୋଲିସ ର ଏକ ଟିମ୍ ସ୍ଥାନୀୟ ପଥରଚେପା ପାଖରେ ଗତକାଲି ସଂଧ୍ୟାରେ ଏକ ଅଶୋକ ଲେଲ୍ୟାଣ୍ଡ ପିକ୍ଅପ୍ ଗାଡ଼ି (ନଂ.ଓଡ଼ି୦୩ପି୨୬୫୧) କୁ ଅଟକାଇ ସେଥିରେ ଅଖା ଢଙ୍କା ଯାଇଥିବା ୫୨୮୦ ବୋତଲ୍ ଏସ୍କଫ୍ କଫ୍ ସିରପ୍ ଜବତ୍ କରିବା ସହ ଗାଡ଼ିରେ ଥିବା ଦୁଇ ଜଣ ମଘାମରା ର କ୍ଷମା ଓରଫ୍ କ୍ଷମାନିଧି ମେହେର (୩୧) ଏବଂ ପାଟଣାଗଡ଼ ବାବାଜୀପଡ଼ା ର ସୁରେଶ ଦାଶ (୩୪) ଙ୍କୁ ଗିରଫ୍ କରିଥିଲା । ପରେ ଏହି ପିକ୍ଅପ୍ ଗାଡ଼ିକୁ ଏସ୍କର୍ଟ ଦେଇ ଆଗରେ ଯାଉଥିବା ଲରମ୍ଭା ଥାନା ଅଧୀନସ୍ଥ ଲୁହାସିଂହା ର ଗୋଲୁ ଓରଫ୍ ଲକ୍ଷ୍ମୀନାରାୟଣ ଅଗ୍ରୱାଲ (୪୨) ଙ୍କୁ ମଧ୍ୟ ପୋଲିସ ଗିରଫ୍ କରିଥିଲା ।
ତେବେ ୫,୨୮୦ ବୋତଲ ଏସ୍କଫ୍ କଫ୍ ସିରପ୍ ସହ ପିକ୍ଅପ୍ ଭ୍ୟାନ୍, ୩ ମୋବାଇଲ୍ ଫୋନ୍, ଗନି ବ୍ୟାଗ୍ ଓ ନଗଦ ୩୬୫୦ ଟଙ୍କା ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଜବତ୍ କରିଥିବା କୁହାଯାଇଛି । ସଂପୃକ୍ତ କଫ୍ ସିରପ୍ ବୋଝେଇ ପିକ୍ଅପ୍ ଗାଡ଼ି ଉପରେ ଚଢ଼ାଉ ସମୟରେ ସଦର ଆଇଆଇସି ଶ୍ରୀ ସାହୁଙ୍କ ସମେତ ଏସ୍ଆଇ ଝସକେତନ ଭୋଇ, ଏସ୍ଆଇ ବାସୁଦେବ ଭୋଇ, ଏସ୍ଆଇ ଅବିନାଶ ନାୟକ, ଏସ୍ଆଇ ଆକାଶ ସାମଲ, ଏଏସ୍ଆଇ ହେମନ୍ତ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ୍ ରହିଥିବା ଏସ୍ଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ଜବତ୍ କଫ୍ ସିରପ୍ର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।