ମିଳର ଓ ଆରଏମସି ଙ୍କ ମଧୁଚନ୍ଦ୍ରିକାକୁ ନେଇ ଚାଷୀ ମାନଙ୍କ ରାସ୍ତା ଅବରୋଧ

0
170
ମିଳର ଓ ଆରଏମସି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୨୧/୧) : ମିଳର ଓ ଆରଏମସି ଙ୍କ ମଧୁଚନ୍ଦ୍ରିକା ! ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରେ ଥିବା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଆର ଏମସି ପକ୍ଷରୁ ଧାନ ମଣ୍ଡି ରଖା ଯାଇଛି । ଉକ୍ତ ମଣ୍ଡି ରେ ସିଙ୍ଗାରି, ଧାମୁଣିପଙ୍ଗା ଓ କଲ୍ୟାଣସିଂହପୁର ତିନିଟି ପଞ୍ଚାୟତ ରୁ ଏହି ମଣ୍ଡି ଧାନ ଆଣି ବୀକୁଥିବା ବେଳେ ଆର ଏମସି ଏବଂ ଲ୍ୟାମ୍ପ ତରଫରୁ ଚାଷୀ ଙ୍କ ଧାନ କିଣି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାର ଫାଟକ ଭିତରେ ରଖି ମିଲର ମାନଙ୍କୁ ବିକିବାର କଥା ।d2ce961a 73c1 4642 a77d fb5ee5cd25e0 ମିଳର ଓ ଆରଏମସି ଙ୍କ ମଧୁଚନ୍ଦ୍ରିକାକୁ ନେଇ ଚାଷୀ ମାନଙ୍କ ରାସ୍ତା ଅବରୋଧ

ହେଲେ ଆଜି ସକାଳରୁ ଚାଷୀ ଧାନ ଆଣି ଲମ୍ବା ଲାଇନ ଲଗାଇ ଗାଡ଼ି ରଖିଛନ୍ତି । ମିଳର ଓ ଆରଏମସି ମଧୁଚନ୍ଦ୍ରିକା ହେତୁ ଗାଡିରୁ ଧାନ ଖାଲି ନ କରୁଥିବାରୁ ଚାଷୀ ମାନେ ଏକ ତ୍ରିତ ହୋଇ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ର ଦୃଶ୍ୟ ଦେଖି କିଛି ବୁଦ୍ଧି ଜୀବୀ ପଞ୍ଚାୟତ ନିର୍ବାଚନ ଅଛି ଆଜି ଅନ୍ତିମ ଦିନ ତେଣୁ ରାସ୍ତା ଅବରୋଧ କରିବା ଠିକ ହେବ ନାହିଁ ବୋଲି ଚାଷୀ ମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ କରିଥିବା ଗାଡି ଗୁଡିକୁ ହରେଇ ଦେଇଥିଲେ ।

ଏହି ସଂମ୍ପର୍କରେ ଲ୍ୟାମ୍ପ ନିର୍ଦ୍ଦେଶକ ସି ଏଚ କାଟେଶ୍ୱର ରାଓ ଙ୍କୁ ପଚାରିବାରୁ ସେ କାହିଥିଲେ ଯେ ବିଭିନ୍ନ ଖବରକାଗଜ ରେ ପ୍ରକାଶ ହେଇଛି ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଆମେ ଗାଡିରୁ ଖାଲି କରୁନୁ ମିଲରସ ମାନେ ଆସିଲେ ଧାନ ଶିଲେକ୍ଟ କରିଲେ ଏହି ଠାରୁ ମିଲକୁ ଧାନ ଯିବ ବୋଲି କହିଥିବା ବେଳେ ମାଣ୍ଡି ଧାନ ଆଣିଥିବା ଚାଷୀ ମାନେ ବିଶ୍ୱନାଥ କାଡ୍ରାକା, ଘସିରାମ କରକରିଆ, ଇଶ୍ୱର କାଶି, ରାମକ୍ରିଷ୍ଣା ବାଙ୍କାପିଲି, ପୁରୁଷତମ ନେମାଲପୁରୀ ଓ ଗୁଡ଼ଲା ସୁରଶ ଅଭିଯୋଗ କରିଥିଲେ ।

ମିଳର ଧାନ ନେବ କି ନାହିଁ ଆମେ ଜାଣିନୁ ଆମେ ମାଣ୍ଡିରେ ଧାନ ଆଣିଛୁ ତୁମେ ଧାନ ଖାଲି କର । ଏ ସମ୍ପର୍କରେ ମିଲର ସନ୍ଦୀପ ଗୁଡ଼ଲା ଓ ବରାତମ ରବି କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ଚାଷୀ ମାନଙ୍କ ସହ ସମ୍ପର୍କ ନାହିଁ । ଆର ଏମସି ସହ ଆମ୍ଭର କାରବାର ଆର ଏମସି ଶିଲେକ୍ସନ କରିଦେଲେ ଆମ୍ଭେ ନେବୁ ବୋଲି କହିଛନ୍ତି ।