ବିଏସଏଫ ୧୫୧ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ

0
136
ବିଏସଏଫ ୧୫୧ ବାଟାଲିୟନ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରିଗୁଡା, (୨୩/୦୧) : ଗ୍ରାମାଞ୍ଚଳ ଲୋକଙ୍କ ସମ୍ପର୍କ ସୁଦୃଢ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନ ଆଣିବା ଉଦ୍ଦେଶ୍ୟରେ ବିଏସଏଫ ୧୫୧ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l

ବୈପାରୀଗୁଡା ସ୍ଥିତ ବିଏସଏଫ ୧୫୧ ବାଟାଲିୟନ ପକ୍ଷରୁ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ସଲପପଦର ଗ୍ରାମ ଠାରେ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦ୍ବିତୀୟ କମାଣ୍ଡଣ୍ଟ ପ୍ରବୀଣ କୁମାର, ସହକାରୀ କମାଣ୍ଡଣ୍ଟ ରାକେଶ କୁମାର ଏବଂ ଦଣ୍ଡାବାଡି ସରପଞ୍ଚ କମଳି ନାୟକ ଉପସ୍ଥିତ ଥିଲେ ।

ଏହି ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ସଂପ୍ରଦାୟ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା ର ବିକାଶ ନିମନ୍ତେ ବିଭିନ୍ନ ନିତ୍ୟ ବ୍ୟବହାର ଜିନିଷ ପ୍ରଦାନ କରାଯାଇଛି । । ଆଗକୁ ମଧ୍ୟ ଏହିଭଳି ଜନ ସମ୍ପର୍କ ଶିବିର ଆୟୋଜନ କରାଯିବା ସହ ସଚେତନତା ସୃଷ୍ଟି କରାଯିବ ବୋଲି ଦ୍ଵିତୀୟ କମାଣ୍ଡଣ୍ଟ ପ୍ରବୀଣ କୁମାର ପ୍ରକାଶ କରିଛନ୍ତି ।