ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା

0
247

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର, ୨୫|୦୭): ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ବର୍ଷା ବଢ଼ିବା ନେଇ ଆକଳନ କରାଯାଉଛି । ୨୯ ତାରିଖ ଯାଏଁ ଏହା ରାଜ୍ୟରେ ବର୍ଷା କରାଇବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।

ଦାନା ବାନ୍ଧୁଛି ଲଘୁଚାପ: ପାଣିପାଗ ବିଭାଗ ଆକଳନ କରିଛି, ରବିବାର ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ତଥାପି କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ବର୍ଷା ବଢ଼ିବ ମଙ୍ଗଳବାର (୨୬ ତାରିଖ)ଠାରୁ । ଅନେକ ସ୍ଥାନରେ ବର୍ଷା ହେବ । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା,ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।