ମନ୍ତ୍ରୀଙ୍କ ମନମୂଖୀ ବରଦାସ୍ତ କରାଯିବନି, କୋଶଳ ସେନା କାର୍ଯ୍ୟକର୍ତାଙ୍କୁ ଗିରଫ ନେଇ ରାସ୍ତା ଅବରୋଧ

0
282

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୨୫-୦୭): ନିଜ ନିର୍ବାଚନ ମଣ୍ଡଳୀ ରେ ସ୍ୱାସ୍ଥ୍ୟ ସେବା ପରି ଗୁରୁତ୍ୱପୂର୍ଣ୍ଣ ତଥା ଆଇନ ଶୃଙ୍ଖଳା,ଶିକ୍ଷା, ସ୍ୱାସ୍ଥ୍ୟ ଗମନା,ଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନିଜ ସ୍ଵାମୀ ଙ୍କ ମୃତ୍ୟୁ ପରେ ସିମ୍ପାତି ବା ଅନୁକମ୍ପା ମୁଳକ ଭୋଟ ପାଇ ଟିଟିଲାଗଡ ବିଧାୟିକା ହୋଇ ନିଜ ଅଞ୍ଚଳରେ ଲାଗି ରହିଥିବା ଜିଲ୍ଲା ମାନ୍ୟତା ଦାବୀ ତ ସର୍ବନିମ୍ନ ମୌଳିକ ସୁବିଧା, ସୁଯୋଗ ରୁ ବଞ୍ଚିତ କରି ରଖି କେବଳ କୋଟି, କୋଟି ଟଙ୍କାର ଭିତିପ୍ରସ୍ତର ସ୍ଥାପନ ଉଦଘାଟନ କରିଦେଇ ମିଥ୍ୟା ବାଃହାବା ନେବାରେ ବ୍ୟସ୍ତ ବୋଲି ଗୁରୁତର ଅଭିଯୋଗ ହୋଇଆସୁଛି ।

ମନ୍ତ୍ରୀଙ୍କ ମନମୂଖୀ: ଇତି ମଧ୍ୟରେ ୧୫ ଦିନ ଭିତରେ ବର୍ତ୍ତମାନ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦୁଇ ଥର କଳା ପତାକା ପ୍ରଦର୍ଶନ କରି ତୀଵ୍ର ବିରୋଧ ସହ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇଚାଲିଛି । ଏପରି କି ତାଙ୍କ ବାସ,ଭବନ ରହିଥିବା ଟିଟିଲାଗଡ ସହରରେ ପାନୀୟଜଳ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଗମନା ଗମନ,ଟ୍ରାଫିକ ସମସ୍ୟା,ଆଇନ ଶୃଙ୍ଖଳା ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା,ପୌରପରିଷଦ ର ବିଭିନ୍ନ ସମସ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ସେ ସବୁ ଜାଣି ରାଜନୀତି ରେ ନିଜ କ୍ଷମତା ପାଇଁ ବ୍ୟସ୍ତ ରହିବା ବିଭିନ୍ନ ମହଲ ରୁ ଅଭିଯୋଗ ହେଉଛି ।

ମନ୍ତ୍ରୀଙ୍କ ମନମୂଖୀ: ସରକାରୀ ଅର୍ଥ ଖର୍ଚ୍ଚ କରି ପରିତ୍ୟକ୍ତ ଅବସ୍ଥାରେ କେବଳ ଟଙ୍କା ପ୍ରିୟା, ପ୍ରୀତି ନୀତି କରି ବର୍ବାଦ କରିବା ସାର ବୋଲି ପୂର୍ବତନ ବିରୋଧୀ ଦଳ ର କଂଗ୍ରେସ ନେତା ତଥା ଜଙ୍ଗଲମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଅଭିଯୋଗ କରିଛନ୍ତି । କୋଟି, କୋଟି ଟଙ୍କା ବ୍ୟୟ ବରାଦ କରି ନେତା ଠିକାଦାର ମାଲାମାଲ ହେବା ବେଳେ ଟିଟିଲାଗଡ ର ବିଭିନ୍ନ ପୁନରୁଦ୍ଧାର ଦର୍ଶାଇ ଅସଂଖ୍ୟ କାର୍ଯ୍ୟକ୍ରମ ରେ ଟଙ୍କା ବର୍ବାଦ କରାଯାଉଛି । ଏପରି କି ପରିମଳ ପରି ସର୍ବନିମ୍ନ ସୁବିଧା ନ ଥିବା,ହାଟପଦା ରେଳ ଅଣ୍ଡରବ୍ରିଜ ବା ଭୂତଳ ପୋଲ ନିର୍ମାଣ ନ କରି ତାଙ୍କ ସ୍ବାମୀ ଙ୍କୁ ହାଟପଦା ର ଅଭିଯୁକ୍ତ ମାନେ ହତ୍ୟା କରିଥିବା ରୁ ରେଳ ଫାଟକ ବନ୍ଦ କରିଦେଇଛନ୍ତି ପରି ଉଭୟ କଂଗ୍ରେସ ତଥା ବିଜେପି ଦଳ ତରଫରୁ ଗୁରୁତର ଅଭିଯୋଗ ହୋଇଛି । ପୂର୍ବତନ ଟିଟିଲାଗଡ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସ ଙ୍କ ସମୟରେ ହୋଇଥିବା ରାସ୍ତା, ଘାଟ ବର୍ତ୍ତମାନ ସୁଦ୍ଧା ଲୋକେ ବ୍ୟବହାର କରିବା ଓ ନିମ୍ନ ମାନର କାମ ଦର୍ଶାଇ କେବଳ ଅର୍ଥ ବର୍ବାଦ କରିବା ନେଇ ଆଉ ବରଦାସ୍ତ କରାଜୀବନି ବୋଲି ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ, ଆବାସ ଯୋଜନା ରେ କୋଶଳାଞ୍ଚଳକୁ ଅବହେଳା କରାଯିବା ନେଇ କୋଶଳ ସମନ୍ୱୟ ସମିତି ତରଫରୁ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଙ୍କୁ ପ୍ରତିବାଦ କରିବା ନେଇ କୋର୍ଟ ଚାଲାଣ ଉଦ୍ୟମ ରାଜନୈତିକ ଚାପ ପ୍ରୟୋଗ କରା କରାଯାଉଥିବା ନେଇ ସଇଁତଲା ରେ ରାସ୍ତାରୋକ କରି ଧାରଣା ଦିଆଯାଇଥିଲା । ଏଥିରେ କୋଶଳାଞ୍ଚଳକୁ ଅଣଦେଖା କରାଯାଇଛି। ଏଥିସହ କୋଶଳାଞ୍ଚଲକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ନେଇ ଏକ ୬ ଦିନିଆ ପଦଯାତ୍ରା ଆରମ୍ଭ କୋଶଲ ସମନ୍ୱୟ ସମିତି ପକ୍ଷରୁ କରାଯାଇଥିବା ବେଳେ ଗତ ଶନିବାର ଉକ୍ତ ସମିତି କାର୍ଯ୍ୟକର୍ତା ବରଗାଁ ଠାରେ ମନ୍ତ୍ରୀ ଙ୍କୁ ବିରୋଧ କରିଥିଲେ ।

ସନ୍ଧ୍ୟାରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱର ରୁ ଟିଟିଲାଗଡ଼କୁ ଆସୁଥିବା ବେଳେ ସେହି ସମୟରେ କୋଶଳ ସେନା ମାନେ ଶ୍ରୀମତି ସାହୁଙ୍କୁ ଅଟକାଇ ତୀବ୍ର ବିରୋଧ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଓ କୋଶଳ ସେନାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁ ଗାଡିରୁ ଓହ୍ଲେଇ ଆଲୋଚନା କରିଥିଲେ, ହେଲେ କିଛି ସମାଧାନ ହୋଇନଥିଲା। ପରେ ଖବର ପାଇ ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି କୋଶଳ ସେନାର ଯୁବକ ମାନଙ୍କୁ ଗତକାଲି ସନ୍ଧ୍ୟାଠାରୁ ଥାନାରେ ଗିରଫ କରି ଅଟକ ରଖି ତାଙ୍କୁ କୋର୍ଟ ଚାଲାଣ କରିବା କୁ ଯାଉଥିବା ଚର୍ଚ୍ଚା ହୋଇଥିଲା ।

ସକାଳେ ସ୍ଥାନୀୟ ଜନସାଧାରଣ ମାନେ କୋଶଳ ସେନାଙ୍କୁ ଗିରଫ କରିଥିବା ବେଳେ ବିରୋଧ କରିଥିଲେ । ପରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଜେପି ନେତା ମହେନ୍ଦ୍ର ଠାକୁର, ରାଜେଶ ସାହୁ, କଂଗ୍ରେସ ଦଳ ବ୍ଲକ୍ ସଭାପତି ଗୁଣ ସାଗର ମାଝୀ, ଦେବେନ୍ଦ୍ର ଯୋଶୀ, ଦୀପକ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ ସମେତ ଶତାଧିକ ଲୋକେ କୋଶଳ ସେନାଙ୍କୁ ସମର୍ଥନ କରି ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ପରେ ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ପହଞ୍ଚି ବୁଝାସୁଝା କରିବା ପରେ ଜାତୀୟ ରାଜପଥ ଅବରୋଧ ହଟିଥିଲା। ପରେ କୋଶଳ ସେନାଙ୍କୁ ମଧ୍ୟ ଛାଡି ଦିଆଯାଇଥିବା ପ୍ରକାଶ ପାଇଛି । ଏହି ଅବରୋଧ ସମୟରେ ମନ୍ତ୍ରୀ ଙ୍କ ମନମୂଖୀ କାର୍ଯ୍ୟକଳାପ ସହ ରାଜନୈତିକ ଇଚ୍ଛା ଶକ୍ତି ର ଅଭାବ ଓ ଅବହେଳା ଯୋଗୁଁ ଅଞ୍ଚଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରାଯାଇଛି । ଆଗାମୀ ଦିନରେ ଏ ନେଇ ଆନ୍ଦୋଳନ କୁ ଆହୁରି ତୀବ୍ର ତର କରାଯିବ ବୋଲି ପ୍ରକାଶ ପାଇଛି ।