ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ବି ବିନା ରଥ ଓ ବିନା ଭକ୍ତରେ ପାଳିତ ହେଲା ରଥଯାତ୍ରା

0
198

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ, (୧୩/୦୭) : ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ବି ବିନା ରଥ ଓ ବିନା ଭକ୍ତରେ ପାଳିତ ହେଲା ରଥଯାତ୍ରା ! କରୋନା ମହାମାରୀ ସାରା ବିଶ୍ୱ ରୁ ଖୁସି ର ଲହରୀ କୁ ଦୁଃଖ ସାଗର ରେ ଭସାଇ ଦେଇଥିବା ବେଳେ ସାରା ସଂସାର ରୁ ପ୍ରତ୍ୟେକ ଯାନୀ ଯାତ୍ରା, ପର୍ବ ପର୍ବାଣି କୁ ସରକାରଙ୍କ କୋଭିଡ ନିୟମ କୁ ପାଳନ କରି କେବଳ ରୀତିନୀତି ରେ ପାଳନ କରାଯାଉଛି |

ସେହିଭଳି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୁ ବୌଦ୍ଧ ଜିଲ୍ଲାରେ ବିନା ଭକ୍ତ ଓ ବିନା ରଥରେ ରଥଯାତ୍ରା ପାଳିତ ହେଉଥିବାର ସୂଚନା ମିଳିଛି | ହରଭଙ୍ଗା ବ୍ଲକ ର ହରଭଙ୍ଗା, ଚାରିଛକ, କରଂଜକଟା, ପୁରୁଣାକଟକ, ତିଲେଶ୍ୱର, ଧଳପୁର, ରାମଗଡ, କୋଇଲିସୂତା, କରଡ଼ି, ବିରାମଚନ୍ଦ୍ରପୁର, ସରସରା, ଇତ୍ୟାଦି ଅଞ୍ଚଳରେ ବିନା ରଥ ଓ ବିନା ଭକ୍ତରେ ପାଳିତ ହୋଇଛି ରଥଯାତ୍ରା |