Friday, March 29, 2024

Top 5 This Week

Related Posts

ମହିଳା ପ୍ରାର୍ଥୀଙ୍କ ଅଗୋଚରରେ ନାମାଙ୍କନ ପତ୍ର ଦାଖଲ : ୨ ଜଣଙ୍କ ନାଁରେ ଥାନାରେ ଏତଲା

ରିପୋର୍ଟ : ସୁଭାସିସ ନାୟକ
ଭଦ୍ରକ, ଧାମନଗର, (୨୯/୦୧) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତ ର କରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀମାନେ ବିଜୟ ପାଇଁ ରଣ କୌଶଳ ମଧ୍ୟ ଆରମ୍ଭ କରିଦେଇଛନ୍ତି । ମହିଳା ପ୍ରାର୍ଥୀଙ୍କ ଅଗୋଚରରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ପଞ୍ଚାୟତରେ ଏକାଧିକ ପ୍ରାର୍ଥୀ ଥିବାବେଳେ ଅଧିକ ପ୍ରାର୍ଥୀରଖି ଭୋଟର ମାନଙ୍କୁ ଭକୁଆ କରିବା ପାଇଁ ବିଭିନ୍ନ ପ୍ରଥା ଅବଲମ୍ବନ କରିଛନ୍ତି । ଯାହାର ଏକ ଜଳନ୍ତ ଉଦାହରଣ ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ସୂଚନା ଥାଉ କି, ଜଣେ ସରଳ ମହିଳା ଅନୁସୟା ମଳିକ (୩୦) ସ୍ୱାମୀ ଅନନ୍ତ ମଳିକ ପ୍ରାର୍ଥୀପତ୍ର ଦାଖଲ ନ କରି ମହିଳା ପ୍ରାର୍ଥୀଙ୍କ ଅଗୋଚରରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଚୁଡ଼ାନ୍ତ ତାଲିକାରେ ନାମ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ନଦୀଗାଁ ପଞ୍ଚାୟତ ର ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବିଜେପି ର କର୍ମକର୍ତ୍ତା ଅଟନ୍ତି । କାଳିଆ ଯୋଜନାରେ ଅର୍ଥ ଆସିବା ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଏ ଦୁଇ ଜଣ ଚଞ୍ଚକତା ପୂର୍ବକ ଅନୁସୟା ମଳିକଙ୍କ ଠାରୁ କାଗଜରେ ଦସ୍ତଖତ କରାଇ ନଦୀ ଗାଁ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ କାନ୍ଥରେ ମରାଯାଇଥିବା ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ନୋଟିସ୍‌ରେ ନାମ ଓ ନିର୍ବାଚନ ସଙ୍କେତ ଖୋଲାବହି ଚିହ୍ନ ଥିବା ଦେଖି ଅନୁସୟା ସମ୍ପୃକ୍ତ ଦୁଇଜଣ ପ୍ରସ୍ତାବକ ଓ ସମର୍ଥକଙ୍କ ବିରୋଧରେ ଧୂଷୁରୀ ଥାନାରେ ଏତଲା ଦେଇଛନ୍ତି ।

ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ଧୂଷୁରୀ ପୋଲିସ ଘଟଣାର ତଦନ୍ତ କରିବା ସହିତ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Popular Articles