ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ଙ୍କ ବୈପାରିଗୁଡା ଗସ୍ତ : ବିଭିନ୍ନ ହାଇସ୍କୁଲ ପରିଦର୍ଶନ

0
234

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରିଗୁଡା,(୨୫/୦୭) : ଆସନ୍ତା କାଲିକୁ ରାଜ୍ୟର ଦଶମ ଶ୍ରେଣୀ ତଥା ଦ୍ଵାଦଶ ଶ୍ରେଣୀ ଖୋଲିବାକୁ ନିର୍ଦେଶ ଥିବା ବେଳେ ବୈପାରିଗୁଡା ବ୍ଲକର ବିଭିନ୍ନ ହାଇସ୍କୁଲ ପରିଦର୍ଶନ କରିଛନ୍ତି ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ l

ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବିଦ୍ୟାଳୟ ଗୁଡିକରେ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଏସ୍ଓପି ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ସେସବୁ ବୁଝିଥିଲେ । ବିଶେଷ କରି ବିଦ୍ୟାଳୟ ଗୁଡ଼ିକର ପାରିପାର୍ଶ୍ବିକ ପରିସ୍ଥିତି ଅନୁଧ୍ୟାନ କରିବା ସହ ଶ୍ରେଣୀଗୃହ ଗୁଡିକ ସାନେଟାଇଜେସନ୍ କରିବା, ବିଦ୍ୟୁତ ସଂଯୋଗିକରଣ, ବୃକ୍ଷ ରୋପଣ,ଶୈଚାଳୟର ସୁବିଧା ଭଳି ବ୍ୟବସ୍ଥା ଗୁଡିକ ପଚାରି ବୁଝିଥିଲେ ।

ବିଶେଷ କରି କୋଭିଡ୍ ସେଣ୍ଟର ହୋଇଥିବା ସ୍କୁଲକୁ ଅଧିକ ଗୁରୁତ୍ବ ଦେଇଥିଲେ। ଏଥିସହ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ସହ କିପରି ଯୋଗାଯୋଗ କରିବେ ସେ ସଂପର୍କରେ ପରାମର୍ଶ ଦେବା ସହ, ବିଦ୍ୟାଳୟରେ ଶିକ୍ଷକ ଅଭାବ ଜନିତ ସମସ୍ୟା ଏବଂ ଏଥିପାଇଁ ଉଚ୍ଚ କତୃପକ୍ଷଙ୍କୁ ସୂଚନା ଦିଆଯାଇଛି କି ନାହିଁ ତାହା ମଧ୍ୟ ପଚାରିବୁଝିଥିଲେ ।