ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ : ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା

0
260

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୬/୦୭) : ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ୨୦୨୦-୨୧ ବର୍ଷ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଛି | WhatsApp Image 2021 07 26 at 8.59.21 AM ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ : ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା

ଆଗାମୀ ଦିନରେ ସମାଜର ହିତରେ କାର୍ଯ୍ୟକ୍ରମ କୁ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି | ପ୍ରାଥମିକ ଶିକ୍ଷା ଶିଶୁ ମାନଙ୍କ ପାଖରେ ପହଞ୍ଚାଇବା,କରୋନା ର ତୃତୀୟ ଲହର ର ସଚେତନତା, ସ୍ୱାସ୍ଥ୍ୟ ସେବା, କ୍ରିଡ଼ା ପ୍ରତି ଗୁରୁତ୍ୱ ଦେବାର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସର୍ବ ସମ୍ମତିରେ ଫ୍ରେଣ୍ଡସିଫ୍ କ୍ଲବ୍ ବୈଠକ ରେ ଆଲୋଚନା ହୋଇଥିଲା |

ଏଥିରେ ପ୍ରତିଷ୍ଠାତା ତଥା ସମ୍ପାଦକ ତୋଫାନ ପରିଡ଼ା ସଭାପତିତ୍ବ କରିଥିଲାବେଳେ ସହସମ୍ପାଦକ ସମ୍ୟକ୍ ନାୟକ, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଡମାଳି,ବଟକୃଷ୍ଣ ଅଗ୍ରୱାଲ, ସୁବ୍ରତ କୁମାର ପୁରୋହିତ, ଅଂଶୁମାନ ହୋତା, ରଶ୍ମି,ରିତିକ ସାମିଲ, କଲ୍ୟାଣ ମହାପାତ୍ର, ଜ୍ଞାନପ୍ରକାଶ ପାଣିଗ୍ରାହୀ,ପ୍ରିତମ,ଜିତେନ୍ ପାତ୍ର, ଶ୍ୟାମ ମିର୍ଦ୍ଧା, ରାମଚନ୍ଦ୍ର ସେଠୀ,ଘାଷିରାମ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ |