Friday, March 29, 2024

Top 5 This Week

Related Posts

ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା ଉପରେ ଗୁରୁତ୍ୱାରୋପ

ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ
ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୪/୨) : ସୁବର୍ଣ୍ଣପୁର ଜିଲ୍ଲାରେ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ ଓ ଅବାଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ପ୍ରିଜାଇଣ୍ଡିଙ୍ଗ ଅଧିକାରୀ ଏବଂ ପ୍ରଥମ ପୋଲିଙ୍ଗ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରକ୍ରିୟା ଚାଲୁ ରହିଛି l01f9c357 8bcf 42d4 bf3f af564cb28a20 ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା ଉପରେ ଗୁରୁତ୍ୱାରୋପ

ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏହି ମାସ ୩, ୪ ଓ ୭ ତାରିଖ ରେ ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ର ବରିଷ୍ଠ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟବସ୍ଥିତ ଭାବେ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସୋନପୁର ମହାବିଦ୍ୟାଳୟ, ବୀରମହାରାଜପୁର ମହାବିଦ୍ୟାଳୟ, ତରଭା ଏ ଇ ଏସ ମହାବିଦ୍ୟାଳୟ, ଡୁଙ୍ଗୁରିପାଲି ମହାବିଦ୍ୟାଳୟ, ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ, ଏବଂ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବି ଡି ଓ, ତହସିଲଦାର, ଏବଂ ଅତିରିକ୍ତ ବି ଡି ଓ ମାନେ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି l

ଏଥି ନିମନ୍ତେ ଜିଲ୍ଲାରେ ବିଭିନ୍ନ ବ୍ଲକ ଯଥା ସୋନପୁର ବ୍ଲକ ରେ ୧୨୬ ଜଣ, ବିନିକା ବ୍ଲକ ରେ ୧୨୦ ଜଣ, ଡୁଙ୍ଗୁରିପାଲି ବ୍ଲକରେ ୧୭୩ ଜଣ, ବୀରମହାରାଜପୁର ବ୍ଲକରେ ୮୩ ଜଣ ଉଲୁଣ୍ଡା ବ୍ଲକରେ ୧୨୦ ଜଣ ଏବଂ ତରଭା ବ୍ଲକରେ ୧୧୩ ଜଣ ଲେଖାଏଁ ମୋଟ ୭୨୫ ଜଣ ପ୍ରିଜାଇଣ୍ଡିଙ୍ଗ ଅଫିସର ଓ ୭୨୫ ଜଣ ପ୍ରଥମ ପୋଲିଙ୍ଗ ଅଫିସର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ l76de10a0 af4f 4838 be87 137d055f6b0e ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଓ ଅବାଧ ପରିଚାଳନା ଉପରେ ଗୁରୁତ୍ୱାରୋପ

ଗତ ୩ ଓ ୪ ତାରିଖ ଦୁଇ ଦିନରେ ୬୫୨ ଜଣ ପ୍ରିଜାଇଣ୍ଡିଙ୍ଗ ଅଫିସର ଏବଂ ୪୦୭ ଜଣ ପ୍ରଥମ ପୋଲିଙ୍ଗ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି l ଏହି କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ପି ଡି ଡି ଆର ଡି ଏ ଡୋଳାମଣି ପଟେଲ ଏବଂ ସୋନପୁର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ଚାଲୁରହିଛି l

ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନଙ୍କୁ ପ୍ରଶାସନ ତରଫରୁ ଆଗଧାଡିର କରୋନା ଯୋଦ୍ଧl ର ମାନ୍ୟତା ପ୍ରଦାନ ପୂର୍ବକ କୋଭିଡ ପରିସ୍ଥିତି କୁ ଉଚିତ ମୁକାବିଲା ସହ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରରେ କରୋନା ବୁଷ୍ଟର ଡୋଜ ଟୀକା ପ୍ରଦାନ କରାଯାଉଛି l

ଜିଲ୍ଲପାଳ ସୁବର୍ଣ୍ଣପୁର ପ୍ରତ୍ୟକ୍ଷ ଭାବେ ସମସ୍ତ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରି ଆବଶ୍ୟକ ପରାମର୍ଶ ପ୍ରଦାନ କରି ଚଳିତ ନିର୍ବାଚନ କୁ ଶୃଙ୍ଖଳିତ, ମୁକ୍ତ, ନିରପେକ୍ଷ ଓ ଅବାଧ ଭାବେ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି l ଜିଲ୍ଳା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ଜିଲ୍ଲା ର ୧୦୯ ଟି ପଞ୍ଚାୟତ ରେ ୧୪୬୨ ବୁଥ୍ ରେ ଶାନ୍ତି ଶୃଙ୍ଖଳା ସହିତ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଯିବା ଉପରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଆରମ୍ଭ କରାଯାଉଥିବା ସୂଚନା ପ୍ରଦାନ କରିଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles