ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

0
139
ବାଲ୍ୟ ବିବାହ ବନ୍ଦ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୦୫/୦୨) : ଆଜି କଣ୍ଟାମାଳ ବ୍ଳକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼କୁଶଙ୍ଗ ଗ୍ରାମରେ ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ ।WhatsApp Image 2022 02 06 at 9.12.11 AM ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦୀର୍ଘ ଦୁଇ ମାସ ଆଗରୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ବୁଝାସୁଝା କରିଥିଲେ ମଧ୍ୟ ଉକ୍ତ ଶିଶୁ ର ପରିବାର ଲୋକ ଏହାକୁ ଅଣଦେଖା କରିଥିଲେ । ଆଜି ଉକ୍ତ ଶିଶୁ ର ବିବାହ ସମ୍ପର୍କରେ ସୂଚନା ପାଇ ବାଲ୍ୟବିବାହ ନିଷେଧ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢ଼ୀ, କ୍ଷେତ୍ର ପରିଦଶିକା ଉର୍ମିଳା ପରିଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମଚାରୀ ସୁଶାନ୍ତ ଭୋଇ, ଚାଇଲ୍ଡ ଲାଇନ ସଦସ୍ୟା ବେବିନା ନାଏକ, ସୂଧାମୟୀ ମିଶ୍ର ଏବଂ କଣ୍ଟାମାଳ ପୋଲିସ ର ସହଯୋଗ ରେ ବାଲ୍ୟ ବିବାହ ବନ୍ଦ କରି ଶିଶୁ ଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଛି ।