ମୁକ୍ତିଧାମ ଏବଂ ଡିଏଭି ମହାବିଦ୍ୟାଳୟର ଛାତ୍ରୀ ନିବାସ ଲୋକାର୍ପଣ କଲେ ମନ୍ତ୍ରୀ ଟୁକୁନି ସାହୁ

0
233

ରିପୋର୍ଟ : ସନ୍ତୋଷ ନାୟକ //
ଟିଟିଲାଗଡ଼,ତା(୨୬/୦୭) : ରାଜ୍ୟ ସରକାର ସଦା ସର୍ବଦା ଲୋକଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ଟିଟିଲାଗଡ଼ର ବିଧାୟିକା ତଥା ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ମଧ୍ୟ ଟିଟିଲାଗଡ଼ ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନ ଯେପରି ମୁକ୍ତିଧାମ ଏବଂ ଡିଏଭି ମହାବିଦ୍ୟାଳୟର ଛାତ୍ରୀ ନିବାସ ଲୋକାର୍ପଣହାତକୁ ନେଇ ସମ୍ପୂର୍ଣ୍ଣ କରିବାର ଦେଖିବାକୁ ମିଳୁଛି ।

ପୂର୍ବରୁ ଟିଟିଲାଗଡ଼ ଭୂତଳ ପୋଲ, ବହୁପ୍ରତିକ୍ଷୀତ ଓଭରବ୍ରିଜ ଏହାର ଉଦାହରଣ ଅଟେ । ଆଜି ଆଉ ଦୁଇଟି କାର୍ଯ୍ୟ ତାଙ୍କ ସମୟର ଉପଲବ୍ଧି ଅଟେ । ପ୍ରାୟ ୭୫ ଲକ୍ଷ୍ୟ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ମୁକ୍ତିଧାମ ଏବଂ ଡିଏଭି ମହାବିଦ୍ୟାଳୟର ଛାତ୍ରୀ ନିବାସର ଲୋକାର୍ପଣ ଆଜି ନିଜ କରକମଳରେ କରିଛନ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ।

ମୁକ୍ତି ଧାମ ଭିତରେ ଶବ ଜଳାଇବା ପାଇଁ ଦୁଇଟି ଷ୍ଟାଣ୍ଡ, ବସିବା ପାଇଁ ବେଞ୍ଚ, ଅସ୍ଥି ରଖିବା ପାଇଁ ଲକର ରୁମ, ପୁଜା କରିବା ପାଇଁ ସ୍ବତନ୍ତ୍ର କୋଠରୀ ନିର୍ମାଣ ହୋଇଛି। ରାଜ୍ୟର କିଛି ସ୍ଥାନରେ ଏପରି ଅତ୍ୟାଧୁନିକ ମୁକ୍ତି ଧାମ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ବେଳେ ଟିଟିଲାଗଡ଼ ତନ୍ମଧ୍ୟରୁ ଅନ୍ୟତମ ।

ସେହିପରି ଡି ଏ ଭି ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ମଧ୍ୟ ଆଜି ଲୋକାର୍ପିତ କରିଛନ୍ତି ମନ୍ତ୍ରୀ ଶ୍ରୀମତି ସାହୁ। ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ନେତା ପ୍ରେମ ଜୈନ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।