କଣ୍ଟାବାଞ୍ଜି ସରକାରୀ ଭାବେ ଉପେକ୍ଷିତ ହେଉଥିବା ନେଇ ଜରୁରୀ ବୈଠକ ଅନୁଷ୍ଠିତ

0
310
କଣ୍ଟାବାଞ୍ଜି ସରକାରୀ ଭାବେ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/କଣ୍ଟାବାଞ୍ଜି, ତା(୦୬/୦୨) : ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ସରକାରୀ ଭାବେ ଉପେକ୍ଷିତ ହେଉଥିବା ନେଇ କଣ୍ଟାବାଞ୍ଜି ଯୁବ ନାଗରିକ ଫୋରମ ତଥା ବଣିକ ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁଯାୟୀ ପଡୋଶୀ ଛତିଶଗଡ଼ ରାଜ୍ୟ ରୁ ସିଧାସଳଖ ଗମନ ଗମନ ସହ ବ୍ୟବସାୟିକ ପ୍ରତିଷ୍ଠାନ ଦୀର୍ଘ ବର୍ଷ ଧରି ରହିଆସିଛି । ହେଲେ ଏହି କଣ୍ଟାବାଞ୍ଜି ରୁ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ସହ ଭାରତର ଅନ୍ୟତମ ଟିଟିଲାଗଡ଼ ରେଳ ଜଙ୍ଗସନ କୁ ପ୍ରମୁଖ ଯାତାୟାତ ର ଭୂମିକା ଗ୍ରହଣ କରିଆସୁଥିବା ବେଳେ ଏହି ଟିଟିଲାଗଡ଼ ସବ ଡିଭିଜନ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ହୋଇଆସୁଛି । ହେଲେ କଣ୍ଟାବାଞ୍ଜି ସରକାରୀ ଭାବେ ଉପେକ୍ଷିତ ହେଉଥିବା ବେଳେ ୧୫ ଗୋଟି ୱାର୍ଡ ବିଶିଷ୍ଟ ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ହେଉଥିବା ବେଳେ କଣ୍ଟାବାଞ୍ଜି ରେ ୧୬ ଗୋଟି ୱାର୍ଡ ରହିଥିବା ବେଳେ କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ପ୍ରଦାନ ନିତାନ୍ତ ଆବଶ୍ୟକ ବୋଲି ଆୟୋଜିତ ବୈଠକରେ ଆଲୋଚନା ସହ ଦାବି ପତ୍ର ମାନ ପ୍ରେରଣ କରାଯାଇଛି ।

ଭାରତୀୟ ରେଲୱେ ବୋର୍ଡ ତଥା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଦିଆଯାଇଥିବା ଚିଠି ଅନୁସାରେ ଟିଟିିଲାଗଡ଼- ହାୱାଡା ଇସ୍ପାତ ଏକ୍ସପ୍ରେସ ନଂ ୧୨୮୭୧/୭୨ ନମ୍ବର ଟ୍ରେନକୁ କଂଟାବାଞ୍ଜିି ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବାକୁ ମଞ୍ଜୁରୀ ମିଳିଛି । ଏହା କଂଟାବାଞ୍ଜିକୁ ସପ୍ତାହକୁ ଚାରି ଦିନ ଚାଲିବ । ଆସନ୍ତା ୧୨ ତାରିଖ ଠାରୁ ଏହି ଟ୍ରେନ ଚଳାଚାଳ ର ଶୁଭାରମ୍ଭ ହେବା ସୂଚନା ଦିଆଯାଇଛି । ଏହା ନିର୍ଦ୍ଧାରିତ ଦିନ ଭୋର ୪ ଟା ୧୫ ମିନିଟ ସମୟରେ କଂଟାବାଞ୍ଜିରୁ ଛାଡିବ । ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଖବର ଜାଣିବା ପରେ କଂଟାବାଞ୍ଜି ଅଂଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ସୂଚନାଯୋଗ୍ୟ ଯେ ଟିଟିିଲାଗଡ଼- ହାୱାଡା ଇସ୍ପାତ ଏକ୍ସପ୍ରେସକୁ କଂଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଜନସାଧାରଣ ବହୁ ଦିନରୁ ଦାବି କରି ଆସୁଥିଲେ, ସେହିପରି ଇତି ମଧ୍ୟରେ କଣ୍ଟାବାଞ୍ଜି ନାଗରିକ ମଞ୍ଚ ତଥା ବଣିକ ସଙ୍ଘ ତରଫରୁ କଣ୍ଟାବାଞ୍ଜି ରେ ୧୬ ଗୋଟି ୱାର୍ଡ ଗଠିତ ଥିବା ଓ ଏହା କ୍ରମ ବର୍ଦ୍ଧିତ ଜନ ସଂଖ୍ୟା ଦୃଷ୍ଟି ଦେଇ ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ଜିଲ୍ଲା ମାନ୍ୟତା ପ୍ରଦାନ ଆବଶ୍ୟକ ଥିବା ପ୍ରକାଶ ସହ ଲିଖିତ ଦାବି ପତ୍ର ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କୁ ପ୍ରଦାନ ସହ ଏ ନେଇ କାର୍ଯ୍ୟକାରିତା ଆବଶ୍ୟକ ବୋଲି ଦାବି ହୋଇଛି ।

ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇ ସାରିଛନ୍ତି । ଇସ୍ପାତ ଏକ୍ସେପ୍ରେସ କଂଟାବାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରିତ ହେବାପରେ କଂଟାବାଞ୍ଜିବାସୀ ଙ୍କ ଦୀର୍ଘ ଦିନ ର ଦାବି ପ୍ରଦାନ ପୂରଣ ହୋଇଥିବା ଅଞ୍ଚଳ ପ୍ରତି ସରକାରୀ ବୈମାତୃକ ମନୋଭାବ ପୋଷଣ ର ଉଦାହରଣ ବୋଲି ଅଭିହିତ କରାଯାଇଛି ।