କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

0
166
କଣ୍ଟାମାଳ ପୋଲିସ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୦୬/୦୨) : ବୌଦ୍ଧ ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହେବ ସେଥିପାଇଁ କଣ୍ଟାମାଳ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରା ଯାଇଛି l

ପ୍ରଥମ ପର୍ଯ୍ୟାୟରେ ଆଜି କଣ୍ଟାମାଳ ପୋଲିସ ଓ ଆଇ ଆର ବି ଯବାନ ଙ୍କ ମିଳିତ ଭାବରେ ଡ଼ିଏସପି ତପସ୍ୱିନୀ କଅଁର ଙ୍କ ନେତୃତ୍ୱ ରେ କଣ୍ଟାମାଳ ଥାନା ଅନ୍ତର୍ଗତ ବଡ଼ଚ୍ଛପାପାଲି, କଣ୍ଟାମାଳ,ରେଙ୍ଗାଲି, ଶୁଳିଆ, ରୁଣ୍ଡିମହୁଲ, ଲମ୍ବସରି ଓ ମାର୍ଡୋଲ ଅଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି l ଆସନ୍ତାକାଲି ନାରାୟଣପ୍ରସାଦ, ଆମ୍ବଗାଁ, ଖୁଣ୍ଟିଗୋରା, ବରଗାଁଓ ଓ ଘଣ୍ଟାପଡା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି l