ଗାଁ ସାଥି ସଙ୍ଘ ର କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଦାବିରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

0
258

ରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା,(୨୬/୦୭) : କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତଥା ପରିଚୟ ପତ୍ର ଦାବିରେ ଆଗଲପୁର ବ୍ଲକ ଗାଁ ସାଥି ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଗାଁ ସାଥି ସଙ୍ଘ ର ସମ୍ପାଦକ ଆନନ୍ଦ ପଧାନଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ନିୟୋଜିତ ୫୦ ରୁ ଅଧିକ ଗାଁ ସାଥି ଏଥିରେ ଯୋଗ ଦେଇ ବିଡ଼ିଓ ଭୁବନ ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।