ଜିଲ୍ଲା ପ୍ରେସ୍ କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

0
231

ରିପୋର୍ଟ : ସୁଶାନ୍ତ ବେହରା //
ବୌଦ୍ଧ,(୨୬/୦୭) : ବୌଦ୍ଧ ଜିଲ୍ଲା ପ୍ରେସ୍ କ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସର ରେ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।b47b8a7b 1917 48e9 ad90 a5cae6116375 ଜିଲ୍ଲା ପ୍ରେସ୍ କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

କୋରନା ଭଳି ଏପରି ଅଭାବନିୟ ସମୟରେ ଜିଲ୍ଲା ପ୍ରେସ୍ କ୍ଲବର ଏହି ପ୍ରୟାସ କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି କ୍ୟମ୍ପରେ ବୌଦ୍ଧର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି , ୫ମ ବାଟାଲିୟନ ରିଜର୍ଭ ପୋଲିସର ଜବାନ ମାନେ, ଛାତ୍ର, ପ୍ରଶାସନ ଓ କର୍ମଚାରି ସ୍ବଇଛାରେ କରିଥିଲେ । ସହିପରି ଏହି ଅବସରରେ କ୍ଲବର ହରଭଙ୍ଗା ବ୍ଲକ ସଦଶ୍ୟ ମାନେ ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରଠାରେ ରୋଗୀଙ୍କୁ ଫଳ ବଣ୍ଟନ ଓ କଣ୍ଟାମାଳ ବ୍ଲକ ସଦସ୍ୟ ମାନେ କଣ୍ଟାମାଳ ବ୍ଲକ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ଠାରେ ରୋଗିଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ବରୋଜ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ.ମଳୟ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଶିବିରରେ ମୋଟ ୨୫ ଜଣ ରକ୍ତଦାନ କରିଥିଲେ ।