Friday, March 29, 2024

Top 5 This Week

Related Posts

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରିପୋର୍ଟ : ରଂଜିତ ବେହରା //
ଢେଙ୍କାନାଳ,(୨୬/୦୭) : ଆଜି ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କରିଛନ୍ତି ।

ସମ୍ପ୍ରତି ଜିଲ୍ଲାରେ କୋରନା ପଜିଟିଭିଟି ସଂଖ୍ୟା ପ୍ରାୟ ସ୍ଥିର ରହୁଥିବାରୁ , ସଂକ୍ରମଣ ଯେପରି ବୃଦ୍ଧି ନ ଘଟେ ସେଥି ପାଇଁ ଆଶା, ଅଙ୍ଗନବାଡି କର୍ମୀ , ସ୍ଵାସ୍ଥ୍ୟ କର୍ମୀମାନେ ଘର କୁ ଘର ବୁଲି କୋଭିଡ ଲକ୍ଷଣ ଯୁଇ ବ୍ୟକ୍ତି ଙ୍କୁ ଚିହ୍ନଟ କରି ସେମାନଙ୍କର ଟେଷ୍ଟିଙ୍ଗ କରାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମସ୍ତ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତ ମାନଙ୍କର ହେବା ସହିତ ଢେଙ୍କାନାଳ ଜିଲ୍ଲାର କୋଭିଡ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

କରୋନା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ହୋମ ଆଇସୋଲସନରେ ରଖୁବାକୁ ପରାମର୍ଶ ଦେବା ସହ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିୟମିତ ଭାବେ ଯାଞ୍ଚ କରିବାକୁ କହିଛନ୍ତି । ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଖରାପ ଆଡକୁ ଗତି କଲେ ଆର, ଆର ଟିମ ସେମାନଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବାକୁ କହିଛନ୍ତି । ସଂକ୍ରମଣ ହାର କମିଲେ ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ସହଜରେ ମୁକାବିଲା କରାଯାଇପାରିବ । ଏଣୁ , କୋଭିଡ ପ୍ରୋଟୋକଲ ମାନି ନିଶ୍ଚିତ ଭାବେ ମାସ୍କ ପିନ୍ଧି , ସାମାଜିକ ଦୂରତା ଅନୁପାଳନ ପୂର୍ବକ ଜୀବନ ଜୀବିକା ନିର୍ବାହ କରିବାକୁ ଜନସାଧାରଣ ଏବଂ ବ୍ୟବସାୟୀମାନେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି ।

ଜିଲ୍ଲାର ସହର ତଥା ଗ୍ରାମାଞ୍ଚଳର ଗହଳି ପୂର୍ଣ୍ଣ ସାପ୍ତାହିକ ହାଟ , ଦୈନିକ ହାଟ ଆଦିରେ କୋଭିଡ ପ୍ରୋଟୋକଲ ନିୟମ , ମାସ୍କ ପରିଧାନ , ସାମାଜିକ ଦୂରତା ଅନୁପାଳନକୁ କଡାକଡି ଭାବେ ଯାଞ୍ଚ କରିବାକୁ ଏବଂ ଏହାର ଉଜଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର ଓ ସମ୍ପୃକ୍ତ ଅଧୁକାରୀମାନଙ୍କୁ କହିଛନ୍ତି । ଖୋଲା ଯାଇଥିବା ସ୍କୁଲ , କଲେଜ ଗୁଡିକୁ ଯାଇ ଆବଶ୍ୟକ ସ୍ଥଳେ ସ୍ବାସ୍ଥ୍ୟର ଯାଞ୍ଚ କରିବାକୁ ଉପଜିଲ୍ଲାପାଳ , ବିଡିଓ , ତହସିଲଦାରମାନଙ୍କୁ ସେ କହିଛନ୍ତି । ଚିକିତ୍ସାଳୟ ଗୁଡିକରେ ଟୀକାକରଣ ସମୟରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେ ପ୍ରତି ଯତ୍ନବାନ ହୋଇ , ଏହାକୁ ବ୍ୟବସ୍ଥିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା , ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର , ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଆପତକାଳୀନ ଅଧୁକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର , ପ୍ରମୁଖ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles