Tuesday, September 21, 2021
Google search engine
HomeBreaking Newsଆସିଲା ଏ.ସି.ଏଫ୍. ସୌମ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ : ବିଦ୍ୟା ଭାରତୀଙ୍କ ସମ୍ପୃକ୍ତିକୁ ନେଇ ଉଠିଲା ପ୍ରଶ୍ନ

ଆସିଲା ଏ.ସି.ଏଫ୍. ସୌମ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ : ବିଦ୍ୟା ଭାରତୀଙ୍କ ସମ୍ପୃକ୍ତିକୁ ନେଇ ଉଠିଲା ପ୍ରଶ୍ନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୭/୦୭) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏ.ସି.ଏଫ୍.) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଡି ହୋଇ ସୌମ୍ୟଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ଶରୀରର ୯୫% ପୋଡି ଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।

ରିପୋର୍ଟ ଅନୁଯାୟୀ, ଏ.ସି.ଏଫ୍. ସୌମ୍ୟଙ୍କ ମୃତ୍ୟୁ ହେବାର ୬ ଘଣ୍ଟା ପୂର୍ବରୁ ତାଙ୍କ ଦେହରେ ନିଆଁ ଲାଗିଥିଲା । ତାଙ୍କ ପାକସ୍ଥଳୀ ଖାଲି ଥିବା ବେଳେ ସେଥିରେ କୌଣସି ଦୁର୍ଗନ୍ଧ ନ ଥିବା କୁହାଯାଇଛି । ଏପରି ସ୍ଥଳେ ସୌମ୍ୟଙ୍କ ପୋଡି ଦିଆଯାଇଛି ନାଁ ସେ ନିଜେ ପୋଡି ହୋଇ ଆତ୍ମହତ୍ୟା କରିଛନ୍ତି ତାହା ଜାଣିବା ବାକି ଅଛି । ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ବିଦ୍ୟା ଭାରତୀଙ୍କ ସମ୍ପୃକ୍ତିଙ୍କୁ ନେଇ ପ୍ରଶ୍ନ ଉଠୁଛି । କାରଣ ଉଭୟ ଏକ ସାଙ୍ଗରେ ରହୁଥିଲେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ସୌମ୍ୟ ଏବଂ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ସୌମ୍ୟଙ୍କ ସରକାରୀ କ୍ୱାଟର୍ସରେ ଥିଲେ । ରାତି ପ୍ରାୟ ୯ ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିବା ନେଇ ବିଦ୍ୟାଭାରତୀ ପଡୋଶୀଙ୍କୁ ଜଣାଇଥିଲେ । ସେଠାରୁ ସୌମ୍ୟଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଲାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ କଟକ ଏସ.ସି.ବି. ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ଏସ.ସି.ବି. ରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ମର୍କତନଗର ପୋଲିସ ପକ୍ଷରୁ ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଇଛି।

ତେବେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା ସେନେଇ ବିଦ୍ୟାଭାରତୀ କୌଣସି ଉତ୍ତର ଦେଇପାରି ନ ଥିଲେ । ଯେଉଁଥି ପାଇଁ ବିଦ୍ୟା ଭାରତୀଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଥିଲା । ଉଭୟ ଘରେ ଥିବା ବେଳେ ସୌମ୍ୟଙ୍କ ଦେହରେ ଏକା କିପରି ନାହିଁ ଲାଗିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ ।

ଏପରିକି ସ୍ଥାନୀୟ ଡି.ଏଫ୍ଓ ସଂଗ୍ରାମ କେଶରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ । ତେବେ ଘଟଣାର ତଦନ୍ତ କରି ପୋଲିସ ଡିଏଫ୍ଓଙ୍କର ଏହି ଘଟଣାରେ କୌଣସି ସମ୍ପର୍କ ନ ଥିବା କହିଥିଲେ ଗଜପତି ଏସ୍ପି । ଏପରି ସ୍ଥଳେ କେବଳ ବିଦ୍ୟା ଭାରତୀଙ୍କ ସମ୍ପୃକ୍ତିଙ୍କୁ ନେଇ ପୋଲିସ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments