ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଁ ଶାଙ୍କୁଳାଇଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ

0
174
ଅବିଭକ୍ତ କୋରାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୯/୨) : ଅବିଭକ୍ତ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ବି.ସିଂହପୁର ଗ୍ରାମ ନିକଟବର୍ତ୍ତୀ ଏକ ପାହାଡ ତଳେ ଅବସ୍ଥିତ ମାଁ ଶାଙ୍କୁଳାଇଙ୍କ ମନ୍ଦିର ପରିସରରେ ଆଜି ଉପାନ୍ତ ପ୍ରସିଦ୍ଧ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 02 09 at 8.57.15 PM ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଁ ଶାଙ୍କୁଳାଇଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ

ଅବିଭକ୍ତ କୋରାପୁଟ ଜିଲ୍ଲା ର ୫ଟି ସ୍ଥାନରେ କ୍ରମାନ୍ୱୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାର ଅୟମାରମ୍ଭ ପ୍ରତିବର୍ଷ ଏହି ସ୍ଥାନରୁ ହିଁ ହୋଇଥାଏ । ଏଠାରୁ ଆଜ୍ଞାମାଳ ଗଲା ପରେ ବୋରିଗୁମ୍ମା, ନବରଙ୍ଗପୁର ଜିଲ୍ଲା ର କୋଷାଗୁମୁଡ଼ା, ଧଣ୍ଡରା ଓ ପରିଶେଷରେ ଧୋଡ୍ରା ଠାରେ କ୍ରମାନ୍ୱୟରେ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

କିମ୍ବଦନ୍ତୀ ଅନୁସାରେ ଜଣେ ଜୈନ ସନ୍ୟାସୀ ବି.ସିଂହପୁର ନିକଟସ୍ଥ ପାହାଡ ଶୀଖରରେ ଥିବା ଏକ ଗୁମ୍ଫା ମଧ୍ୟରେ ମାଆଙ୍କୁ ରୀତିମତ ପୂଜାପାଠ କରି ଆସୁଥିଲେ । ଦିନେ ପୂଜା ସାରି ଫେରିବା ବେଳକୁ ଅଧା ରାସ୍ତାରେ ପାଣି ପାତ୍ର ଗୁମ୍ଫାରେ ଭୁଲି ଆସିଥିବା ମନେ ପକାଇ ସନ୍ୟାସୀ ଜଣକ ଗୁମ୍ଫାକୁ ଫେରିବାରୁ ଦେବୀ ରାଗି ଯାଇ ପାତ୍ର ଟିକୁ ଫୋପାଡ଼ି ଦେଇଥିଲେ, ଯାହାକି ପ୍ରାୟ ୨ କିଲୋମିଟର ଦୂର ରେ ପଡିଥିଲା । ସେହି ଗୁମ୍ଫା ର କବାଟ ବନ୍ଦ ହୋଇଗଲା ଓ ଆଜିଯାଏଁ କେହି ଖୋଲିପାରି ନାହାଁନ୍ତି ।

ସେହି ପାତ୍ର ପଡିଥିବା ଅଞ୍ଚଳରେ ପ୍ରତିବର୍ଷ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏଠାରୁ ଆଜ୍ଞାମାଳ ପାଇବା ପରେ ଆସନ୍ତା ୧୧ ତାରିଖ ଶୁକ୍ରବାର ଦିନ ବୋରିଗୁମ୍ମାରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପୂଜକ ପ୍ରକାଶ କରିଛନ୍ତି ।