ପ୍ରିଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର : ଆର.ଟି.ଆଇ. ତଥ୍ୟ

0
176

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୭/୦୭) : ପ୍ରିଣ୍ଟ ମିଡିଆର ୧୪୭ କୋଟିର ବିଜ୍ଞାପନ ଟଙ୍କା ବାକି ରଖିଛନ୍ତି କେନ୍ଦ୍ର ସରକାର । ଆର.ଟି.ଆଇ. ତଥ୍ୟ ଜରିଆରେ ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି ।

ଆର.ଟି.ଆଇ. ସୂଚନା ଅନୁସାରେ, ଗତ ୧୭ ବର୍ଷ ହେଲା ସରକାର ଅନେକ ବିଜ୍ଞାପନ ଦେୟ ଦେଇ ନାହାନ୍ତି । ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରାଳୟ ସବୁଠୁ ଅଧିକ ପ୍ରିଣ୍ଟ ମିଡିଆର ବାକି ରଖିଛି । ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରିଣ୍ଟ ମିଡିଆକୁ ସର୍ବାଧିକ ଟଙ୍କା ଦେବ ବୋଲି ଜଣାପଡ଼ିଛି । ପ୍ରିଣ୍ଟ୍ ମିଡ଼ିଆ ପାଇଁ ଏହାର ମୋଟ୍ ୧୨,୨୭୧,୧୬ଟି ବିଲ୍ ବାକି ରହିଛି, ଯାହାର ମୂଲ୍ୟ ୧୬ କୋଟି ଟଙ୍କା ।

ସେହିପରି ଅର୍ଥ ମନ୍ତ୍ରାଳୟ ୧୩ କୋଟି ଟଙ୍କାର ବିଜ୍ଞାପନ ବକେୟା ରଖିଛି । ୨୦୨୧ ଜୁନ୍ ୨୧ ସୁଦ୍ଧା ଏହି ବକେୟା ରହିଛି । ଅନ୍ୟ ପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକର ବିଜ୍ଞାପନ ବାବଦରେ କେତୋଟି ବିଲ୍ ବାକି ରହିଛି ଓ ବିଲ୍ର ତାରିଖ ସମ୍ବନ୍ଧରେ କିଛି ରେକର୍ଡ ରଖାଯାଇ ନାହିଁ । ହେଲେ ୬୭ କୋଟିରୁ ଅଧିକ ଟଙ୍କା ବକେୟା ରହିଛି ।

ସୂଚନାଯୋଗ୍ୟ, ୨୦୨୦-୨୧ରେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ । ହେଲେ ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଡି.ଏ.ଭି.ପି. ୱେବସାଇଟରେ ଏହି ସୂଚନା ଉପଲବ୍ଧ ରହିଛି ।