ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓଙ୍କ ପରଲୋକ

0
168
ପୂର୍ବତନ କୋକସରା ବିଧାୟିକା

ରିପୋର୍ଟ : ଦେବଦତ୍ତ ପଣ୍ଡା //
ଜୟପାଟଣା, (୧୧/୦୨) : ଜୟପାଟଣା ସ୍ଥିତ ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀ ରୁ ବିଧାୟିକା ରହିଥିଲେ । ଜନତା ଦଳ ରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳ ରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ ।

ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳ ରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ କ୍ରମାଗତ ବିଧାୟକ ରହିଥିଲେ । ବର୍ତ୍ତମାନ ସେ କଳାହାଣ୍ଡି ଜିଲ୍ଲା ବିଜେଡି ର ସଭାପତି ରହିଛନ୍ତି । ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓ ଙ୍କ ୮୨ ବର୍ଷ ବୟସରେ ଭୁବନେଶ୍ୱର ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ବାସଭବନରେ ରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ମର ଶରୀର ଜୟପାଟଣା ଅଣାଯାଉଛି ।