ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୧୩/୨) : କୁଷ୍ଠ ନିରାକରଣ ପାଳନ ଅବସରରେ ବିନିକା ଠାରେ ଏକ ସର୍ବସାଧାରଣ ଗଳି ରାସ୍ତାରେ ଏକ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଲେପ୍ରା ସୋସାଇଟି ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ଲେପ୍ରା ସୋସାଇଟି ଓଡିଶା ର ଆମ୍ବାସେଡ଼ର ତଥା ବରିଷ୍ଠ ସାମ୍ବାଦିକ, ଆଇନଜୀବୀ ଗୋରେଖ ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଷ୍ଠ ନିରାକରଣ ସକାଶେ ଜାଗରୁକତା ଏକାନ୍ତ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ୯୦ ଦଶକ ରେ ସମଗ୍ର ପୃଥିବି ରେ ସୁବର୍ଣ୍ଣପୁର ଅଞ୍ଚଳରେ ୧୦ ହଜାର ଲୋକରେ ସର୍ବାଧିକ ୨୨୪ କୁଷ୍ଠ ରୋଗାକ୍ରାନ୍ତ ଲୋକ ଥିବାର ଉଲ୍ଲେଖ କରିଥିଲେ । ଏବେ କୁଷ୍ଠରୋଗ ପୁଣି ସମାଜ ରେ ସଂକ୍ରମଣ ହେଉଥିବା ଯୋଗୁଁ ସାଧାରଣ ଜନତା ଙ୍କୁ ଜାଗ୍ରତ ରହିବା ସକାଶେ ସେ ନିବେଦନ କରିଥିଲେ ।
ଏହି ସଭାରେ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ର ସଂଯୋଜନା ନୃସିଂହ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କୁଷ୍ଠରୋଗ ର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନରସିଂ ଅଧିକାରୀ ପୁଷ୍ପା ମିଶ୍ର ଯୋଗଦେଇ ଏହି ପକ୍ଷ ପାଳନ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ରାମଗୋପାଳ ବାଘ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ପୂର୍ବରୁ ଗୁଲୁଣ୍ଡା ନିକଟସ୍ଥ କୁଷ୍ଠାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ସମାଜସେବୀ, ସାଧାରଣ ଜନତା ସାମ୍ବାଦିକ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତେ କୁଷ୍ଠମୁକ୍ତ ଭାରତ ନିର୍ମାଣ ସକାଶେ ଶପଥ ପାଠ କରିଥିଲେ ।