ବଲାଙ୍ଗୀର ଜିଲ୍ଲା ପୋଲିସ ଦ୍ୱାରା ୬ ହାଇୱେ ଲୁଟେରା ଗିରଫ : ମାରଣାସ୍ତ୍ର ସହ ପିସ୍ତଲ ଜବତ

0
286

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୭/୦୬) : ବଲାଙ୍ଗୀର ଜିଲ୍ଲା ପୋଲିସ ୬ ହାଇୱେ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କୁ ଠାରୁ ମାରଣାସ୍ତ୍ର ଓ ପିସ୍ତଲ ଜବତ ହୋଇଛି । ବଲାଙ୍ଗୀର ଜିଲ୍ଲା ଦେଇ ଦୁଇଟି ରାଜପଥ ବରଗଡ-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ଓ ୫୭ନମ୍ବର ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥ ଯାଇଛି । ଏବେ ଏହି ଦୁଇ ରାଜପଥରୁ ସବୁ ସମୟରେ ଡକାୟତି ହୋଇ ଆସୁଥିବା ନେଇ ଅଭିଯୋଗ ହୋଇଛି ।WhatsApp Image 2021 07 27 at 10.48.55 AM ବଲାଙ୍ଗୀର ଜିଲ୍ଲା ପୋଲିସ ଦ୍ୱାରା ୬ ହାଇୱେ ଲୁଟେରା ଗିରଫ : ମାରଣାସ୍ତ୍ର ସହ ପିସ୍ତଲ ଜବତ

ଯାହାକୁ ନେଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତେବେ ବଲାଙ୍ଗୀର ଏସଡିପିଓ ତୁଫାନ ବାଗଙ୍କ ନେତୃତ୍ବରେ ଏହି ଟିମ୍ ଦିନ ରାତି ଏକ କରି ଏକ ବଡ଼ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି ।

ଯେଉଁଥିରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିବାବେଳେ ତାଙ୍କ ଠାରୁ ଗୋଟିଏ ଖଣ୍ଡା ଓ ଏକ ଅଟୋମେଟିକ୍ ପିସ୍ତଲ ପୋଲିସ ଜବତ କରିଛି । ସେହିପରି ଏହି ଗ୍ୟାଙ୍ଗରେ ଆହୁରି ୪ ଜଣ ଫେରାର ଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ତେବେ ଆଜି ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କିଭଳି ଭାବରେ ହାଇଓ୍ବେରେ ବିଭିନ୍ନ ଟ୍ରକ ଓ ଗାଡି ଅଟକାଇ ଲୁଟ କରୁଥିଲେ ତାହାର ଡେମୋ ଦେଖାଇଛନ୍ତି ।WhatsApp Image 2021 07 27 at 10.48.56 AM ବଲାଙ୍ଗୀର ଜିଲ୍ଲା ପୋଲିସ ଦ୍ୱାରା ୬ ହାଇୱେ ଲୁଟେରା ଗିରଫ : ମାରଣାସ୍ତ୍ର ସହ ପିସ୍ତଲ ଜବତ

ବଲାଙ୍ଗୀର ଏସଡିପିଓ ତୁଫାନ ବାଗଙ୍କ ନେତୃତ୍ବରେ ସମ୍ବଲପୁର ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ସହର ଠାରୁ ୬ କିଲୋମିଟର ଦୁରରେ ଛୁଇବନ୍ଧ ପାଖରେ କରିଛି ଡେମୋ । ତେବେ ୪ ଜଣ ଡକାୟତଙ୍କ ମୁହଁରେ ଧଳା କନା ଢାଙ୍କି ସେମାନେ କିଭଳି ଭାବରେ ଡକାୟତ ସହ ଲୁଟତରାଜ ଚଳାଇଥିଲେ ସେ ନେଇ ସବୁ ଘଟଣାକୁ ଡେମୋ କରି ଦେଖାଇଥିଲେ ।

ତେବେ କିଛି ଯୁବକ ସହରର ଆରମ୍ଭ ଓ ଶେଷ ପଏଣ୍ଟ ରହି ସମସ୍ତ ସୁଚନା ସହର ବାହାରେ ଥିବା ଡକାୟତ ମାନଙ୍କୁ ଦେଉଥିବା ବେଳେ ପାଖା ପାଖି ୬ ରୁ ୮ ଜଣ ଘଟଣା ସ୍ଥଳରେ ରହି ଅଘଟଣ ଘଟାଉଥିଲେ । କାହାକୁ ମାଡ ମାରୁଥିବା ବେଳେ କାହାକୁ ବନ୍ଧୁକ ଖଣ୍ଡା ଭଳି ମାରଣାଅସ୍ତ୍ର ଦେଖାଇ ଡରାଉଥିଲେ ।

ସେ ସମସ୍ତ ଘଟଣା କୁ ବର୍ଣ୍ଣନା କରିବା ସହ ଡେମୋ କରି ଦେଖାଇଥିଲେ ଗିରଫ ଡତାୟକ ମାନେ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ।