-5.7 C
Innichen
Thursday, August 18, 2022

ବଜାରରେ ଚାହିଦା ବଢ଼ାଉଛି ନିୟମଗିରିର ଲଙ୍ଗଳ କନ୍ଦା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୧୪/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାରସାଲି ପଞ୍ଚାୟତ ର ନିୟମଗିରି ଅଞ୍ଚଳର ଡଙ୍ଗରିଆଙ୍କ ଲଙ୍ଗଳ କନ୍ଦା ବଜାରରେ ବେଶ ଚର୍ଚ୍ଚା ର ବିଷୟ ହେଉଛି ।

ନିୟମଗିରି ପାହାଡ ରୁ ଏହି ଲଙ୍ଗଳ କନ୍ଦା ଆନ୍ଦ୍ର ପ୍ରଦେଶ ଶତିଶଗଡ ରାଜ୍ୟରେ ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି । ବଜାରରେ ଗୋଟିଏ ଖଣ୍ଡ କନ୍ଦା ୬୦ ରୁ ୮୦ ଟଙ୍କା ହିସାବରେ ବିକ୍ରୟ କରିଥାନ୍ତି । ଏହି କନ୍ଦା ଖାଡ଼ିବା ପାଇଁ ବହୁତ ପରିଶ୍ରମ ହୋଇଥାଏ । ଏହି କନ୍ଦା ମାଟି ଭିତରେ ୫ ଫୁଟ ରୁ ୬ ଫୁଟ ଗଭୀର ଘାତ ଖୋଲି ବାହାର କାରିଥାନ୍ତି । ସେହି କନ୍ଦା କୁ କଲ୍ୟାଣ ସିଂହପୁର ବଜାର କୁ ଆଣି ଭାଗ ପକାନ୍ତି ।

କେତେବେଳେ ତ ଭାଗ ହିସାବରେ ବିକ୍ରି କରୁଛନ୍ତି ଆଉ କେତେବେଳେ ଖଣ୍ଡ ହିସାବରେ ବିକ୍ରି କରନ୍ତି । ବହୁ ପରିଶ୍ରମ ରେ ଡଙ୍ଗରିଆ ମାନେ ଲଙ୍ଗଳ କନ୍ଦା କୁ ପରିବାର ପୋଷଣ ଭୋରଣ ପାଇଁ ଯେ କୌଣସି ବଜାର କୁ ବିକ୍ରୟ ପାଇଁ ଆଣନ୍ତି । କନ୍ଦା ବିକ୍ରି ହେଲେ ବଜାରରୁ ସଉଦା କିଣି ନିଅନ୍ତି ।  ଏ ପଟେ ଡଙ୍ଗରିଆଙ୍କ ନାମରେ ଓଡ଼ିଶା ସରକାର ଙ୍କ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡି କେ ଡି ଏ) ଅପିଲିପି ଭଲି ବିଭିନ୍ନ ସଂସ୍ଥା ମାନେ ବର୍ଷ କୁ କୋଟି କୋଟି ଟଙ୍କା ଆଣି ହରିଲୁଟ କରୁଥିବା ଦେଖିବା କୁ ମିଳିଛି ।

ଏପଟେ ପେଟପାଟଣା ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଆମ୍ବ, ପଣସ, ତେନ୍ତୁଳି, ହରଡ଼, ଜାମକୁଳି, କଣ୍ଠେଇ କଳି, ଏହିପରି ବିଭିନ୍ନ ପ୍ରକାର ର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ବଜାର ରେ ବିକ୍ରୟ କରନ୍ତି । ବିକ୍ରିହେଲେ ପରିବାର ଲୋକ ଙ୍କ ପାଇଁ ସଉଦା ପତ୍ର ନେଲେ ଘରେ ଚୁଲି ଜଳିବ ବୋଲି କାଡ୍ରାକା ବଣ୍ଡେଲି, ବାଙ୍ଗାପାଡି, ସିକପଦର, ଟେବାପଡା, ରାଇଲିମା, ଫାକେରୀ ଓ ପ୍ରାୟ ପାରସାଲି ପଞ୍ଚାୟତ ରେ ବସବାସ କରୁଥିବା ଡଙ୍ଗରିଆ ସିକକା ସେରେ ବିଡିକା ଲୁଡୁଗା ପ୍ରମୁଖ କହିଛନ୍ତି ।

Related Articles

Stay Connected

0FansLike
3,437FollowersFollow
20,000SubscribersSubscribe
- Advertisement -spot_img

Latest Articles