Friday, March 29, 2024

Top 5 This Week

Related Posts

ରୋଷେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି : ଅଗ୍ନିଶମ ବାହିନୀ ପହଞ୍ଚି କଲା ନିଆଁକୁ ଆୟତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୭/୦୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତର ଢ଼େପାଗୁଡା ଗାଁର ପ୍ରାସ୍କା ବିଶ୍ୱନାଥ ନାମକ ଲୋକଙ୍କ ରୋଷେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।0eacb825 a963 49e3 b96f 0d503d89486a ରୋଷେଇ ଘରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି : ଅଗ୍ନିଶମ ବାହିନୀ ପହଞ୍ଚି କଲା ନିଆଁକୁ ଆୟତ

ସୂଚନା ଅନୁସାରେ ଚାଷୀ ପରିବାର ହୋଇଥିବାରୁ ସକାଳୁ ରୋଷେଇକରି ବିଲକୁ ସହ ପରିବାର କାମ କରିବାକୁ ଯାଇଥିଲେ ହଟାତ ରୋଷେଇ ଘରେ ନିଆଁ ଲାଗିବାରୁ ପୋଡ଼ଶି ଲୋକମାନେ ବିଶ୍ଵନାଥଙ୍କୁ ଖବର ଦେଇଥିଲେ ଖବର ଶୁଣିବା ପରେ ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘରେ ଖାଉଟି ସାମଗ୍ରୀ ସହ ବହୁ ଆସବାପତ୍ର ନଷ୍ଟ ହୋଇଯାଇଛି । ପଡୋଶୀ ଘରେ ମଧ୍ୟ୍ୟ ଆଂଶିକ ନିଆଁ ଲାଗିଥିବା ଜଣାପଡିଛି । ଏହି ପରିବାର ଗରିବ ଶ୍ରେଣୀରେ ହୋଇଥିବାରୁ ସରକାରଙ୍କ ସହାୟତା ଜଗେଇ ଦିଆ ଯାଉ ବୋଲି ପରିବାର ସହ ଗ୍ରାମବାସୀ ଦାବୀ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles