ତେଜୁଛି କ୍ରସର ବିରୋଧୀ ଆନ୍ଦୋଳନ, ଏକତ୍ରିତ ହେଲେ ସାଧାରଣ ଜନତା ଓ ତିନି ଗ୍ରାମବାସୀ

0
271

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୨୭/୦୭) : ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷାର ବେଆଇନ ଭାବରେ ଗଢିଉଠିଥିବା ଷ୍ଟୋନ କ୍ରସର ଓ ପଥର କ୍ଵାରି ବନ୍ଦ ବିରୁଦ୍ଧରେ ତେଜୁଛି କ୍ରସର ବିରୋଧୀ ଆନ୍ଦୋଳନ | ବାର ବାର ସାଧାରଣ ଜନତା ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ବି ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେଇ ସହାୟତା ହେଉଛି ମାଲୁକଙ୍କୁ ଯାହାକି ଆଜି ତାର ଏକ ବିଚିତ୍ର ନମୁନା ଦେଖିବାକୁ ମିଳିଛି |

ହରଭଙ୍ଗା ବ୍ଲକ ଖରାଭୂଇଁ ଅଂଚଳରେ ଗଢି ଉଠିଥିବା ଷ୍ଟୋନ କ୍ରସର ଓ ପଥର କ୍ଵାରିର ବେଧଡ଼କ ବ୍ଲାଷ୍ଟିଙ୍ଗ ଯୋଗୁଁ ସ୍ଥାନୀୟ ଅଂଚଳ ରେ ବିଷାକ୍ତ ଧୂଆଁ ଓ ଧୂଳିକଣା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଓଡିଶା ରାଜ୍ୟରେ ବୋଧେ ପ୍ରଥମ ହେବ କିଡ଼ନୀ ପ୍ରପୀଡ଼ିତ ଅଂଚଳ | ତେଣୁ ସଚେତନ ହୋଇ ତେଜୁଛି କ୍ରସର ବିରୋଧୀ ଆନ୍ଦୋଳନ ସ୍ଥାନୀୟ ଜନସାଧାରଣ ବାର ବାର ହରଭଙ୍ଗା ବିଡ଼ିଓ ଓ ତହସିଲଦାର ଙ୍କୁ ଅଭିଯୋଗ କରିଆସୁଛନ୍ତି ଓ ତିନିଥର ପ୍ରଶାସନ ଓ ସ୍ଥାନୀୟ ଜନତାଙ୍କ ସହ ବୈଠକ ବି କରିଛନ୍ତି କିନ୍ତୁ ପ୍ରଶାସନର ସବୁ ରାୟ କ୍ରସର ଚଳିବ |

ତେଣୁ ଆଜି ସ୍ଥାନୀୟ ଜନତା ଓ ଖରାଭୂଇଁ, ବାଇଶିପଡା, କୁଟୀଗାଡୁ ତିନୋଟି ଗ୍ରାମର ପୁରୁଷ ଓ ମହିଳା ଏବଂ ଏହି ଅଂଚଳର ଲୋକ ପ୍ରତିନିଧି ବୌଦ୍ଧ ଜିଲ୍ଲା ୯ନଂ ଜୋନର ଜିଲ୍ଲା ପରିଷଦ ବୌଦ୍ଧର ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ଅବକାଶ ସାହୁଙ୍କ ନେତୃତ୍ୱ ରେ ଏକତ୍ରିତ ହୋଇ ପ୍ରଶାସନ ବିରୁଦ୍ଧରେ ଏବଂ ଏହି ଅଂଚଳରେ ବେଧଡ଼କ ହେଉଥିବା ଷ୍ଟୋନ କ୍ରସର ଓ ପଥର କ୍ଵାରି କୁ ସଂପୂର୍ଣ ବନ୍ଦ କରିବାକୁ ଏକ ବିରାଟ ଆନ୍ଦୋଳନ ବୌଦ୍ଧ ସହର ପରିକ୍ରମା କରି ଜିଲ୍ଲା ପାଳ ଭବନକୁ ଯାଇଥିଲେ |ଏବଂ ଉପ ଜିଲ୍ଲାପାଳ ଅଶ୍ୱିନ ମେହେରଙ୍କୁ ହରଭଙ୍ଗା ବ୍ଲକ ତହସିଲ ଦାର ବୁରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଓ ସଂପୂର୍ଣ କ୍ରସର ଓ ପଥର କ୍ଵାରି ବନ୍ଦ ବିରୁଦ୍ଧରେ ଦାବିପତ୍ର ଦେଇଥିଲେ |