ମୁଦୁଲିଗୁଡା ଗ୍ରାମ ରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

0
257
ମୁଦୁଲିଗୁଡା ଗ୍ରାମ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୦୨) : ଆଜି କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମା ବ୍ଳକ ବି. ସିଂହପୁର ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମ ର ଜଣେ ଯୁବକଙ୍କ ଅବସ୍ଥା ରେ ଶବ ଉଦ୍ଧାର କରାଯାଇଛି ।

ମୃତ ଯୁବକ ଭାଲୁ ମୁଦୁଲି (୩୦ ବର୍ଷ) ଙ୍କ ଝୁଲନ୍ତା ଶବ ଆଜି ମୁଦୁଲିଗୁଡା ଗ୍ରାମ ନିକଟସ୍ଥ ଏକ ବରଗଛ ରୁ ଉଦ୍ଧାର କରାଯାଇଛି । ବି. ସିଂହପୁର ଥାନା UD କେସ୍ ନଂ ୪/୨୦୨୨ ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି । ତଦନ୍ତକାରୀ ଅଧିକାରୀ ଭାବେ ସବ୍ ଇନ୍ସପେକ୍ଟର ଏସ୍. କେ.ସେଠୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପ୍ରାୃଥମିକ ତଦନ୍ତ ତଥା ପାରିପାର୍ଶ୍ଵିକ ପରିସ୍ଥିତିରୁ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଧିକ ତଥ୍ୟ ଲୋକଲୋଚନ କୁ ଆସିବା ଆଶା କରାଯାଉଛି । ପୁଲିସ ର ତଦନ୍ତ ଜାରି ରଖିଛି ।