Friday, March 29, 2024

Top 5 This Week

Related Posts

ଶାଶୁ ଘରକୁ ଯାଇ ଫେରିବା ବାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା-ମାଆ ସହ ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/କେସିଙ୍ଗା,ତା୨୮-୦୭): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଚାଂଚେର ନିକଟରେ ମଙ୍ଗଳବାର ଏକ ମର୍ମ୍ମତୁଦ ସଡକ ଦୁର୍ଘଟଣା ଘଟିଥିଲା ।72c3d725 d2e8 4c94 8013 d44a99a7837f ଶାଶୁ ଘରକୁ ଯାଇ ଫେରିବା ବାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା-ମାଆ ସହ ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ଶିଶୁ କନ୍ୟା ଙ୍କୁ ନେଇ ଟିଟିଲାଗଡ ହାତପଦା ପଡାର ବିଶିଷ୍ଟ ସ୍ବେଚ୍ଛାସେବୀ ସୁରେନ୍ଦ୍ର ମିଶ୍ର ଙ୍କ ସମ୍ପର୍କୀୟ ଭଉଣୀ ଶାଶୁଘର ରୁ ବାପଘରକୁ ଯାଉଥିବା ବେଳେ ଉକ୍ତ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତାଳଗଛକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ମହିଳାଙ୍କ ସମେତ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଆନନ୍ଦିନୀ ମିଶ୍ର (୩୮), ରୋଜି ଦାସ ଓ ଏଲି ଦାସ । ଉଭୟ ଶିଶୁକନ୍ୟାଙ୍କର ବୟସ ୧୧ ବୋଲି ଜଣାଯାଇଛି । ପୁତୁରା ବିକାଶ ମିଶ୍ର ଗୁରୁତର ହୋଇଥିବା ବେଳେ କାର୍ ଚାଳକ ଅରୁଣ ବିଶି ଆହତ ହୋଇଛନ୍ତି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ସୂଚନା ଅନୁସାରେ ଆନନ୍ଦିନୀ ମିଶ୍ର ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରହୁଥିବା ନିଜ ଶାଶୂ ଘରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ବାପ ଘରକୁ ଏକ କାରରେ ଆସୁଥିଲେ । ସାଥିରେ ନିଜର ୨ ଝିଅ, ପୁତୁରା ଓ କାର ଚାଳକ ମଧ୍ୟ ଥିଲେ । ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କେସିଙ୍ଗା ନିକଟ ଚାଂଚେର ନିକଟରେ ଦ୍ରୁତଗତିରେ ଯାଉଥିବା କାରଟି ଭାରସାମ୍ୟ ହରାଇ ଏକ ତାଳଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ୫ ଜଣ ଗୁରୁତର ହୋଇଥିଲେ ।

ଦୁର୍ଘଟଣାର ଅଳ୍ପ ସମୟ ପରେ ଭବାନୀପାଟଣାରୁ କେସିଙ୍ଗା ଫେରୁଥିବା ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସ ୫ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଆନନ୍ଦିନୀ, ରୋଜି ଓ ଏଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିକାଶ ଗୁରୁତର ଥିବା ବେଳେ ଅରୁଣ ଆହତ ଅଛନ୍ତି ବୋଲି ପୋଲିସ କହିଛି । ଏ ନେଇ ଟିଟିଲାଗଡ ରେ ଶୋକ ର ଛାୟା ଖେଳିଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles