ସର୍ବସାଧାରଣ ସ୍ଥାନରେ ଖେଳିପାରିବେନି ହୋଲି; ପାଳନ ହେବ ଦୋଳ ପୂର୍ଣ୍ଣିମା

0
154
ସର୍ବସାଧାରଣ ସ୍ଥାନରେ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୧/୦୩) : ଚଳିତ ବର୍ଷ ହୋଲି ଉସବ ପାଳନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ ରଙ୍ଗର ଖେଳ । ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ ।

ସାର୍ବଜନୀନ ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନରେ ହୋଲି ଖେଳି ପାରିବେ ନାହିଁ ବୋଲି ଏସଆରସି କରିଛନ୍ତି । ତେବେ ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ନେଇ ମାର୍ଚ୍ଚ ୧ ରୁ ୩୧ ତାରିଖ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ।

ଦୋଳ ପୂର୍ଣ୍ଣିମା ସମୟରେ ଲୋକେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ଓ ସାନିଟାଇଜର ଉପଯୋଗ କରି ଆବଶ୍ୟକ କୋଭିଡ୍ ଗାଇଡଲାଇନ ମଧ୍ୟରେ ଏହା ପାଳନ କରିବେ । ମହାଶିବରାତ୍ରି ଓ ଦୋଳ ମେଳଣ ନିମନ୍ତେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ମଧ୍ୟ ମନ୍ଦିର ଭିତରେ ଓ ବାହାରେ ଲୋକଙ୍କ ଏକଜୁଟ ହେବାକୁ ନେଇ ଆବଶ୍ୟକ କଟକଣା ଜାରି କରିପାରିବେ ।